ଓଡ଼ିଶାକୁ ଧନ୍ୟବାଦ : ଅନୁରାଗ ଠାକୁର

0 59

କଟକ, ୧୧ା୧(ଡିକେ ନ୍ୟୁଜ): ବାରବାଟୀରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର । ବାରବାଟୀରେ ହେଉଥିବା ଉଦ୍‌ଘାଟନୀ ମ୍ୟାଚରେ ଯୋଗଦେଲେ । ଓଡ଼ିଶାକୁ କଲେ ଭୂୟସୀ ପ୍ରଶଂସା । ଓଡ଼ିଶା ଏହି ଭବ୍ୟ ଆୟୋଜନ କରିଥିବାରୁ ଓଡ଼ିଶାରେ ହକିର ଗ୍ରହଣୀୟତାକୁ ନେଇ ଜଣାଇଥିଲେ ସାଧୁବାଦ୍‌ । ମେଜର ଧ୍ୟାନ·ନ୍ଦଙ୍କ ଉଦାହରଣ ନେଇ ଭାରତର ହକି ଖେଳକୁ ଉତ୍‌ଥାପନ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଭାରତ ଜଣେ ହକିର ଯୋଦ୍ଧା ପାଇଥିଲା । ବଲବୀର ସିଂଙ୍କ ଭଳି ପୁତ୍ର ଭାରତ ପାଇ ଗର୍ବିତ । ବଲବୀର ସିଂଙ୍କ ଅଧିନାୟକତ୍ୱରେ ଭାରତ ପାଇଛି ଅନେକ କୃତୀ । ବିଶ୍ୱ ସ୍ତରୀୟ ଆୟୋଜନ କରିଛି ଓଡ଼ିଶା । ଓଡ଼ିଶାରେ ଏକ ନୂଆ ଷ୍ଟାଡିୟମ ଉଦ୍‌ଘାଟନ ହୋଇଛି । ଏହି ଷ୍ଟାଡିୟମ କେବଳ ରାଜ୍ୟ ପାଇଁ ନୁହେଁ ସମଗ୍ର ଭାରତ ପାଇଁ ଓଡିଶା ଗଢିଛି ବିର୍ସାମୁଣ୍ଡା ଷ୍ଟାଡିୟମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହ ଓଡିଶାବାସୀଙ୍କୁ ସାଧୁବାଦ ଜଣାଇଥିଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ।

Leave A Reply

Your email address will not be published.