ଭୁବନେଶ୍ୱର, ୧୨ା୧ (ଡିକେ ନ୍ୟୁଜ୍): ସରିଲା ସେଲିବ୍ରେସନ୍ ଏବେ ଅସଲ ଲଢେ଼ଇ । ବିଶ୍ୱକପ୍ ବିଜେତା ମୁକୁଟ ପାଇଁ ଲଢେ଼ଇ କରିବେ ୧୬ ଦଳ । ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମ୍ ଓ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ଏଫଆଇଏଚ୍ ହକି ପାଇଁ ପୂରା ପ୍ରସ୍ତୁତ ହୋଇରହିଛି । ଦେଶର ସର୍ବବୃହତ୍ ଷ୍ଟାଡିୟମ୍ ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ରୁ ବିଶ୍ୱ ଦେଖିବ ହକି ଷ୍ଟିକ୍ର ଯାଦୁ । ପ୍ରଥମ ଦିନରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଓ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମ୍ରେ ଖେଳାଯିବ ବିଶ୍ୱକପ୍ର ଚାରୋଟି ମ୍ୟାଚ୍ । ମୁହାଁମୁହିଁ ହେବେ ୮ ଦଳ । ଆସନ୍ତାକାଲି ରାଉରକେଲାରେ ସ୍ପେନ୍ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ ଭାରତ । ସନ୍ଧ୍ୟା ୭ଟାରେ ରହିଛି ଏହି ବହୁ ପ୍ରତୀକ୍ଷିତ ମୁକାବିଲା । ଆୟୋଜକ ଭାରତକୁ ଭେଟିବ ସ୍ପେନ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମ୍ୟାଚ୍ ଦେଖିବା ପାଇଁ ରାଉରକେଲା ଯିବେ । ଭାରତ ଏବଂ ସ୍ପେନ୍ ମ୍ୟାଚ୍କୁ ଉପଭୋଗ କରିବେ । ଆୟୋଜକ ଭାରତକୁ ସ୍ପେନ୍ ଭେଟିବା ପୂର୍ବରୁ ଆଜି ଭାରତୀୟ ଅଧିନାୟକ ହରମନ୍ପ୍ରୀତ୍ ସିଂ ଦୃଢେ଼ାକ୍ତି ପ୍ରକାଶ କରି କହିଛନ୍ତି ଯେ, ଭାରତ ନିଶ୍ଚିତ
ଏଫ୍ଆଇଏଚ୍ ଟ୍ରଫି ଜିତିବ । ସୂଚନାଯୋଗ୍ୟ ଯେ, ଭାରତ ଓ ସ୍ପେନ୍ ମଧ୍ୟରେ ଗତବର୍ଷ ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ରେ ଉଭୟ ଦେଶ ଦୁଇଟି ମ୍ୟାଚ୍ରେ ମୁହାଁମୁହିଁ ହୋଇଥିଲେ । ଦୁଇଟି ମ୍ୟାଚ୍ରୁ ଗୋଟିଏ ସ୍ପେନ୍ ଜିତିଥିବା ବେଳେ ଗୋଟିଏ ଡ୍ର ରହିଥିଲା । ଏବେ ନୂଆ ଷ୍ଟ୍ରାଟେଜି ନେଇ ମୈଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ଭାରତୀୟ ଦଳ । ସାମ୍ବାଦିକ ସମ୍ମିଳନୀରେ ବିଶ୍ୱକପ୍
♦ ଭାରତ-ସ୍ପେନ୍ ମ୍ୟାଚ୍ ଦେଖିବେ ମୁଖ୍ୟମନ୍ତ୍ରୀ
♦ ୧୬ଟି ଦେଶ ମଧ୍ୟରେ ହେବ ଲଢେ଼ଇ
♦ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା ସହ କଡ଼ା ସୁରକ୍ଷା
ଟାଇଟଲ ଜିତିପାରିବୁ ବୋଲି କହିଛନ୍ତି ଅଧିନାୟକ ହରମନପ୍ରୀତ୍ ସିଂ । ଭାରତୀୟ ପୁରୁଷ ହକି ଦଳର ପ୍ରାୟୋଜକ ରହିଛି ଓଡ଼ିଶା । ମୁଖ୍ୟ କୋଚ୍ ଗ୍ରାମ୍ ରିଡ୍ଙ୍କ ଦିଗ୍ଦର୍ଶନରେ ଏବେ ଭଲ ଫର୍ମରେ ଅଛି ଦଳ । ଏଫ୍ଆଇଏଚ୍ର ବର୍ଷର ସବୁଠୁ ଶ୍ରେଷ୍ଠ ଖେଳାଳି ଥିବା ଦଳର ଅଧିନାୟକ ହରମନ୍ପ୍ରୀତ୍ ସିଂ ଅଭିଜ୍ଞ ଡିଫେଣ୍ଡର ହେବା ସହିତ ସର୍ବଶ୍ରେଷ୍ଠ ଡାର୍କ ଫ୍ଲିକର । ରାଉରକେଲାରେ ଇଂଲଣ୍ଡ ଓ ୱେଲ୍ସ ମଧ୍ୟରେ ଆଉ ଏକ ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ଭୁବନେଶ୍ୱର ମଧ୍ୟ ଦୁଇଟି ମ୍ୟାଚ୍ ରହିଛି । ଆର୍ଜେଣ୍ଟିନା ସହିତ ଦକ୍ଷିଣ ଆଫ୍ରିକାର ମୁକାବିଲା ହେବାକୁ ଥିବାବେଳେ ଅଷ୍ଟ୍ରେଲିଆକୁ ଭେଟିବ ଫ୍ରାନ୍ସ । ବିଶ୍ୱକପ୍ ହକି ପାଇଁ ଏହି ଦୁଇ ସହରରେ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯିବା ସହିତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସେହିପରି ଆସନ୍ତାକାଲି ଠାରୁ ଆରମ୍ଭ ହେବ ହକି ବିଶ୍ୱକପ । ପ୍ରଥମ ମ୍ୟାଚ କାଲି ଖେଳାଯିବ । ଏହା ପୂର୍ବରୁ ଆଜି କଳିଙ୍ଗ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ପୋଲିସ କମିଶନର । ୮୧ ପ୍ଲାଟୁନ ପୋଲିସ ଫୋର୍ସ ବିଶ୍ୱକପ ପାଇଁ ନିୟୋଜିତ ହେବାକୁ ଥିବା ବେଳେ ନିୟୋଜିତ ହେବେ ୫୭ ପ୍ଲାଟୁନ୍ ଫୋର୍ସ । ଡିସିପିଙ୍କ ନେତୃତ୍ୱରେ ୧୩ ଜଣ ଅତିରିକ୍ତ ଡିସିପି, ୩୩ ଜଣ ଏସିପି, ୬୨ ଇନ୍ସପେକ୍ଟର, ୩୩୬ ସବଇନ୍ସପେକ୍ଟର ମୁତୟନ ହେବେ । ଖେଳାଳିଙ୍କ ପାଇଁ ଏୟାରପୋର୍ଟରେ ଜଣେ ଅତିରିକ୍ତ ଡିସିପି, ଦୁଇଜଣ ଏସିପି, ୪ ଜଣ ଇନ୍ସପେକ୍ଟର ଓ ୧୦୩ ଜଣ ପୋଲିସ କର୍ମ·ରୀମାନେ ନିୟୋଜିତ ହେବେ । ହୋଟେଲ ଦାୟିତ୍ୱରେ ୩ ଜଣ ଅତିରିକ୍ତ ଡିସିପି, ୯ ଏସିପି, ୯ ଇନ୍ସପେକ୍ଟର ଓ ସମୁଦାୟ ୧୮ ପ୍ଲାଟୁନ ଫୋର୍ସ ମୁତୟନ ହେବେ । କଳିଙ୍ଗ ଷ୍ଟାଡିୟମରେ ନିୟୋଜିତ ହେବେ ୬ ଅତିରିକ୍ତ ଡିସିପି, ୧୪ ଏସିପି, ୩୧ ଇନ୍ସପେକ୍ଟର ଓ ୨୩ ପ୍ଲାଟୁନ ଫୋର୍ସ । ଏହା ସହ ଓଡ୍ରାଫ, ଅଗ୍ନିଶମର ଟିମ ରହିବ । ଏହା ସହ ଟ୍ରାଫିକ ଦାୟିତ୍ୱରେ ୩ ଜଣ ଏସିପି, ୬ ଜଣ ଇନ୍ସପେକ୍ଟର ଓ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ରାଜଧାନୀରେ ହେବାକୁ ଥିବା ଡଟ୍ ଫେଷ୍ଟ ପାଇଁ ବ୍ୟବସ୍ଥା କରାଯାଇଛି । ଉତ୍ତମ ଆତିଥେୟତା ଉପରେ ନଜର ଦେବାକୁ ପୋଲିସକୁ ପରାମର୍ଶ ଦିଆଯାଇଛି । ହକି ଡ୍ୟୁଟିରେ ଥିବା ପୋଲିସ ପୋଷାକରେ ସ୍ୱତନ୍ତ୍ର ଲୋଗୋ ରହିବ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସମିଟ୍ କରି ଏନେଇ ସୂଚନା ଦେଇଛନ୍ତି । ଏହି ଅବସରରେ ହକି ସମ୍ବନ୍ଧୀୟ ଡିଜିଟାଲ ବୁକଲେଟର ଶୁଭାରମ୍ଭ କରାଯାଇଛି । ଦର୍ଶକଙ୍କ ପାଇଁ ସୁବିଧା ହେବ ।
କମ୍ପିବ କଳିଙ୍ଗରୁ ବିର୍ସାମୁଣ୍ଡା ଆଜିଠୁ ହକି ମହାସମର
Prev Post