ଆରମ୍ଭ ହେଲା ହକି ବିଶ୍ୱକପ୍‌ ଷ୍ଟିଲସିଟିରୁ ସ୍ମାର୍ଟସିଟି ଉତ୍ସାହର ମାହୋଲ

0 57

ଭୁବନେଶ୍ୱର, ୧୩ା୧ (ଡିକେ ନ୍ୟୁଜ୍‌): ଆଜିଠୁ ଆନନ୍ଦ ଉଲ୍ଳାସ ମଧ୍ୟରେ ଆରମ୍ଭ ହୋଇଛି ହକି ବିଶ୍ୱକପ୍‌ । ଏଥିପାଇଁ ସାରା ରାଜ୍ୟରେ ନାହିିଁନଥିବା କ୍ରେଜ୍‌ । ଭୁବନେଶ୍ୱରରୁ ରାଉରକେଲା ସବୁଠି ଝୁମିଲେ ହକିପ୍ରେମୀ । ଗାଁଠୁ ସହର, ଘରଠୁ ବାହାର ସବୁଠି ଉତ୍ସାହର ମାହୋଲ । ଆଜି ଭାରତ ଏବଂ ସ୍ପେନ୍‌ ମ୍ୟାଚ୍‌ ଦେଖିବା ପାଇଁ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମ୍‌ରେ ପହଞ୍ôଚଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ୱାର୍ଲ୍ଡ କପ୍‌ ଭିଲେଜ୍‌ ପରିଦର୍ଶନ କରିବା ପରେ ବହୁ ପ୍ରତୀକ୍ଷିତ ମ୍ୟାଚ୍‌କୁ ଉପଭୋଗ କରିଥିଲେ । ପ୍ରଥମ ବିଶ୍ୱକପ୍‌କୁ ବହୁ ଆଡମ୍ବରରେ ସ୍ୱାଗତ କରିଛି ରାଉରକେଲା । କିଏ ନାଚୁଛି ତ ଆଉ କିଏ ଖୁସିରେ ଆତ୍ମହରା ହୋଇଉଠିଛି । ଆଦିବାସୀ ନାଚରେ ତାଳେ ତାଳେ ହକି ବିଶ୍ୱକପ୍‌କୁ ସ୍ୱାଗତ କରିଛି ପୂରା ସୁନ୍ଦରଗଡ଼ । ସ୍କୁଲ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ହକି ଉତ୍ସବରେ ନିଜକୁ ହଜାଇ ଦେଇଛନ୍ତି । ଏପରିକି ସହରରେ କଳସ ଯାତ୍ରା ମଧ୍ୟ କରାଯାଇଛି । ରାଉରକେଲାକୁ ବିଶ୍ୱକପ୍‌ ଭେଟି ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାବାସୀ । ଆଜି ଏହି ହକି ଉତ୍ସବରେ ସାମିଲ ହେବା ପାଇଁ ଓଡ଼ିଶା ଆସିଛନ୍ତି ସିକ୍କିମ୍‌ ମୁଖ୍ୟମନ୍ତ୍ରୀ ପ୍ରେମସିଂହ ତମଙ୍ଗ । ଝାରସୁଗୁଡ଼ା ବିମାନ ବନ୍ଦରରେ ଜିଲ୍ଲାପାଳ ସରୋଜ କୁମାର ସାମଲ ଏବଂ ହକି ଇଣ୍ଡିଆର ଅଧିକାରୀମାନେ ସ୍ୱାଗତ କରିଥିଲେ । ଏହାପରେ ଶ୍ରୀ ତମଙ୍ଗ ରାଉରକେଲା ଯାଇଥିଲେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦୁଇ ଦୁଇଥର ହକି ବିଶ୍ୱକପ୍‌ ଆୟୋଜନ କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ସିକ୍କିମ୍‌ ମୁଖ୍ୟମନ୍ତ୍ରୀ ଶ୍ରୀ ତମଙ୍ଗ । କ୍ରୀଡ଼ାର ଏହି ମହାକୁମ୍ଭରେ ଦେଶର ସବୁ ମୁଖ୍ୟମନ୍ତ୍ରୀ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ବିଭିନ୍ନ ରାଜ୍ୟ ଗସ୍ତ କରି ମୁଖ୍ୟମନ୍ତ୍ରୀମାନଙ୍କୁ ଭେଟି ନିମନ୍ତ୍ରଣ କରିଥିଲେ । ସବୁବେଳେ ସଂଘୀୟ ବ୍ୟବସ୍ଥାକୁ ନବୀନ ସମ୍ମାନ ଦେଇଆସିଛନ୍ତି । ନବୀନଙ୍କ ଏହି ‘ଅତିଥି ଦେବୋ ଭବ’ ନୀତି ସମସ୍ତଙ୍କୁ ଆକୃଷ୍ଟ କରିବା ସହ ହକି ପ୍ରତି ତାଙ୍କର ଭଲ ପାଇବା ପ୍ରତିପାଦନ କରିଛି । ପର୍ଯ୍ୟାୟ କ୍ରମେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ହକି ବିଶ୍ୱକପ୍‌ ପାଇଁ ଓଡ଼ିଶା ଆସୁଛନ୍ତି । ଅନ୍ୟପକ୍ଷରେ ଆଜି ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ କମ୍ପିଛି କଳିଙ୍ଗ ଷ୍ଟାଡିୟମ୍‌ । ବର୍ଷିଛି ଗୋଲ୍‌ । ବିଶ୍ୱକପ୍‌ ଦେଖିବାକୁ ସମସ୍ତଙ୍କ ଭିତରେ ଦେଖିବାକୁ ମିଳିଥିଲା ଉକ୍ରଣ୍ଠା । ଦିନ ୧୧ଟାରୁ ଷ୍ଟାଡିୟମ ଭିତରକୁ ଟିକେଟ ଦେଖାଇ ଜଣକ ପରେ ଜଣେ ପ୍ରବେଶ କରିଥିଲେ । କଳିଙ୍ଗ ପ୍ରଥମ ଦିନରେ ଦୁଇଟି ମ୍ୟାଚ୍‌ ଖେଳାଯାଇଥିବା ବେଳେ ଖେଳକୁ ମନଭରି ଉପଭୋଗ କରିଥିଲେ ଦର୍ଶକ । ବିଶ୍ୱକପ୍‌ ପାଇଁ ସବୁଠି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଷ୍ଟାଡିୟମ୍‌ ଭିତରକୁ ପ୍ରବେଶ କରିବାକୁ ଜାରି ହୋଇଛି କଟକଣା । କଏନ, ପାଣିବୋତଲ, ପାୱାରବ୍ୟାଙ୍କ, କ୍ୟାମେରା ଓ ହେଲମେଟ୍‌ ନେବାକୁ ବାରଣ କରାଯାଇଛି ।

Leave A Reply

Your email address will not be published.