ବିଜୟରୁ ଭାରତର ବିଶ୍ୱକପ୍‌ ଅଭିଯାନ

0 68

ରାଉରକେଲା/ଭୁବନେଶ୍ୱର, ୧୩ା୧(ଡିକେ ନ୍ୟୁଜ): ପୁରୁଷ ହକି ବିଶ୍ୱକପ୍‌୨୦୨୩ରେ ଭାରତ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି । ଉଦ୍‌ଘାଟନୀ ଦିବସର ଚତୁର୍ଥ ମ୍ୟାଚରେ ଶୁକ୍ରବାର ଟିମ୍‌ ଇଣ୍ଡିଆ ୨-୦ରେ ସ୍ପେନକୁ ପରାସ୍ତ କରିଛି । ରାଉରକେଲାରେ ନବନିର୍ମିତ ବିର୍ସାମୁଣ୍ଡା ଷ୍ଟାଡିୟମ୍‌ରେ ଭାରତୀୟ ଟିମରେ ଖେଳାଳିମାନେ ଆରମ୍ଭରୁ ସ୍ପେନ୍‌ ଉପରେ ଆଧିପତ୍ୟ ଜାରି ରଖିଥିଲେ । ଦର୍ଶକମାନେ ମଧ୍ୟ ଖେଳାଳିଙ୍କୁ ସମର୍ଥନ ଯୋଗାଇଥିଲେ । ଓଡ଼ିଆ ପୁଅ ଅମିତ ରୋହିଦାସ ପ୍ରଥମ ଗୋଲ୍‌ ଦେଇ ଭାରତକୁ ଅଗ୍ରଣୀ କରାଇଥିଲେ । ଉପଅଧିନାୟକ ରୋହିଦାସ ଖେଳର ୧୨ ମିନିଟରେ ଅମିତ ଏକ ପେନାଲ୍ଟି ଗୋଲ୍‌ ଦେଇଥିଲେ । ୨୬ ମିନିଟରେ ହାର୍ଦ୍ଦିକ ସିଂହ ଅନ୍ୟ ଏକ ଗୋଲ୍‌ ଦେଇଥିଲେ । ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଓ ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ମୋଟ ୪ଟି ମ୍ୟାଚ ଖେଳାଯାଇଥିଲା । ଉଭୟ ସ୍ଥାନରେ ହଜାର ହଜାର ଦର୍ଶକଙ୍କ
ଭିଡ ପରିଲକ୍ଷିତ ହୋଇଥିଲା । ରାଉରକେଲାରେ ପ୍ରଥମ ଥର ବିଶ୍ୱକପର ମ୍ୟାଚଗୁଡ଼ିକ ଖେଳାଯାଉଥିବାରୁ ସ୍ଥାନୀୟ ଲୋକେ ଅଧିକ ଉତ୍ସାହିତ ଦେଖାଯାଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ, ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ସମେତ ପ୍ରଶାସନିକ ଅଧିକାରୀ ମଧ୍ୟ ମ୍ୟାଚ୍‌ ଦେଖିଥିଲେ ।

Leave A Reply

Your email address will not be published.