ବଢୁଛି ସାଇବର ଅପରାଧ

0 71

ଭୁବନେଶ୍ୱର,୨୧ା୧ (ଡିକେ ନୁ୍ୟଜ୍) : ରାଜ୍ୟ ତଥା ଦେଶରେ ଦିନକୁ ଦିନ ସାଇବର ଅପରାଧ ବଢିବାରେ ଲାଗିଛି । ଯେତେ ସଚେତନ କଲେ ମଧ୍ୟ ଲୋଭର ବଶବର୍ତ୍ତି ହୋଇ କିଛି ଲୋକ ଏହି ଅପରାଧିଙ୍କ ହାବୁଡ଼ାରେ ପଡ଼ୁଛନ୍ତି । ଖାଲି ସାଧାରଣ ଜନତା ନୁହନ୍ତି ସରକାରୀ ସଂସ୍ଥା ମଧ୍ୟ ସେମାନଙ୍କ ଲୋଲୁପ ଦୃଷ୍ଟିରୁ ବାଦପଡ଼ୁନାହାନ୍ତି । ଏଥିପାଇଁ ବିଭିନ୍ନ ସରକାରୀ ସଂସ୍ଥାକୁ ସାଇବର ସୁରକ୍ଷା ଯୋଗାଇ ଦେବାପାଇଁ ରାଜ୍ୟ ସରକାର ରାଜଧାନୀରେ ସେଣ୍ଟର ଅଫ୍ ଏକ୍ସେଲେନ୍ସି (ସିଓଇ) ପ୍ରତିଷ୍ଠା କରିବେ । ମିଳିଥିବା ସୂଚନା ଅନୁଯାୟୀ ସାଇବର ଅପରାଧ ଏବେ ବିଶ୍ୱବ୍ୟାପି ଚିନ୍ତାର କାରଣ ପାଲଟିଛି । ସାଇବର ଅପରାଧିମାନଙ୍କର କୌଣସି ସୀମା ସରହଦ ନଥିବାବେଳେ ପାରମ୍ପରିକ ଅ ।ଇନ୍କୁ ବଦଳାଯାଉଛି । ସାଇବର ଅପରାଧର ମୁକାବିଲା ପାଇଁ ରାଜ୍ୟ ସରକାର ସାଇବର ସୁରକ୍ଷା ଏହି ସେଣ୍ଟର ଅଫ୍ଏ କ୍ସେଲେନ୍ସି ନିର୍ମାଣ କରିବାକୁ ଯାଉଛନ୍ତି । ରାଜ୍ୟ ସରକାରଙ୍କ ଅଧିନରେ ଥିବା ଓଡିଶା କମ୍ପ୍ୟୁଟର ଅ ।ପ୍ଲିକେଶନ ସେଣ୍ଟର (ଓକାକ) ଜ୍ଞାକୌଶଳ, ତାଲିମପ୍ରାପ୍ତ ମାନବସମ୍ବଳ ଅ ।ଦିଙ୍କୁ ନେଇ ସାଇବର ଅପରାଧିଙ୍କ ମୁକାବିଲା ସକାଶେ ଏହି କେନ୍ଦ୍ର ପ୍ରତିଷ୍ଠା କରିବ । ରାଜ୍ୟରେ ସାଇବର ଅପରାଧି ତଦନ୍ତ ପାଇଁ ସିଓଇ ନୋଡାଲ ପଏଣ୍ଟ ଭାବେ କାର୍ଯ୍ୟ କରିବ । ଏହି କେନ୍ଦ୍ର ମୁଖ୍ୟ ଉଦେ୍ଦଶ୍ୟ ହେଉଛି ସାଇବର ଶିକ୍ଷା ମାଧ୍ୟମରେ ଭବିଷ୍ୟତରେ ସାଇବର ସୁରକ୍ଷା ପାଇଁ ପରିବେଶ ସୃଷ୍ଟି କରିବା । ସରକାରରେ ଗବେଷଣା ଏବଂ ବିକାଶ ସହିତ ସାଇବର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିବା । ପ୍ରସ୍ତାବିତ ଏହି କେନ୍ଦ୍ର ରାଜ୍ୟ ସରକାରଙ୍କ ପାଇଁ ସାଇବର ସୁରକ୍ଷା ଲାଗି ଯୋଜନା, ନକ୍ସା ଓ କାର୍ଯ୍ୟକ୍ରମ ଅ ।ଦି ପ୍ରସ୍ତୁତ କରିବ । ଏଥି ସହିତ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି, ତାଲିମ ଏବଂ ଶିକ୍ଷା ଅ ।ଦି ଲାଗି ନେସନାଲ ଇନଷ୍ଟିଟ୍ୟୁଟ ଅଫ୍ ଷ୍ଟାଣ୍ଡାର୍ଡ ଅ ।ଣ୍ଡ ଟେକ୍ନୋଲୋଜି (ଏନ୍ଅ ।ଇଏସଟି) ଭଳି ଉନ୍ନତମାନର କାର୍ଯ୍ୟକ୍ରମ ଅ ।ଦି ଚଳାଇବ । ଏହି କେନ୍ଦ୍ର ପ୍ରତିଷ୍ଠାର ଅନ୍ୟ ଦିଗ ହେଉଛି ସରକାରୀ ବ୍ୟବସ୍ଥାରେ ଅ ।ଇନ୍କା ର୍ଯ୍ୟକାରୀ କରୁଥିବା ସଂସ୍ଥା, ସରକାରୀ ଓକିଲ, ଅ ।ଇନ୍ ଅଧିକାରୀଙ୍କୁ ଡିଜିଟାଲ ଫୋରେନସିକ୍ ଜ୍ଞାନକୌଶଳ ବିଷୟରେ ତାଲିମ ପ୍ରଦାନ କରିବ । ପ୍ରାରମ୍ଭିକ ସ୍ତରରେ ଏହି କେନ୍ଦ୍ର ୫ବର୍ଷ ପାଇଁ କୌଣସି ଦକ୍ଷ ସଂସ୍ଥା ଦ୍ୱାରା ପରିଚାଳିତ ହେବ । ଯଦି ଅ।ବଶ୍ୟକ ପଡିବ ତେବେ ଏହି ସମୟସୀମାକୁ ବୃଦ୍ଧି କରାଯାଇପାରେ ।

Leave A Reply

Your email address will not be published.