ଦିଲ୍ଲୀରେ ବସ୍ତି ଉଚ୍ଛେଦ ପ୍ରତିବାଦରେ ଧାରଣା

0 49

ନୂଆଦିଲ୍ଲୀ: ତୁଗଲକବାଦ ଭଳି ଦକ୍ଷିଣ ଦିଲ୍ଲୀ ଏରିଆରେ ସରକାରୀ ଉଚ୍ଛେଦ ଜାରି ରହିଛି । ଏହାକୁ ବିରୋଧ କରିଛନ୍ତି ବସ୍ତି ବାସିନ୍ଦା ଓ ଆପ୍ ସରକାର । ଏହାକୁ ନେଇ ଆଜି ବସ୍ତିବାସିନ୍ଦାଙ୍କ ସହ ଆପ ସରକାର ବିଧାୟକ ଓ ମନ୍ତ୍ରୀମାନେ ଦିଲ୍ଲୀର ଲୋଧି ରୋଡ୍ରେ ଥିବା ବିଜେପି ସାଂସଦ ରମେଶ ବିଧୁରୀଙ୍କ ବାସବଭବନରେ ସାମ୍ନାରେ ବିକ୍ଷୋଭ କରିଛନ୍ତି । ଆପ୍ ବିଧାୟକ ଅତିଶୀ, ମଦନ ଲାଲ୍, କଟର ସିଂହ ତନୱାର ଏବଂ ସହିରାମ ପହଲୱାନ ଆଦି ଉଚ୍ଛେଦକୁ ବିରୋଧ କରି ଆନେ୍ଦାଳନ କରିଛନ୍ତି । ବସ୍ତି ବାସିନ୍ଦାମାନେ ପ୍ଲାକାର୍ଡ ଧରି ଆନେ୍ଦାଳନ କରିଛନ୍ତି । ଯେଉଁଥିରେ ଲେଖାଯାଇଛିବିଜେପି ତୁମକୁ ଲାଜ ଲାଗିବା ଦରକାର, ଉଚ୍ଛେଦ ବନ୍ଦ କର । ଏମ୍ସିଡି ନିର୍ବାଚନ ପୂର୍ବରୁ ବିଜେପି ବସ୍ତି ବାସିନ୍ଦାମାନଙ୍କୁ ଫ୍ଲାଟ୍ ଦେବାକୁ ଘୋଷଣା କରିଥିଲା । ହେଲେ ଏବେ ତାଙ୍କ ଘର ଭାଙ୍ଗିଦେବାକୁ ନୋଟିସ୍ପ ଠାଉଛି ବୋଲି ଆପ୍ ବିଧାୟିକା ଅତିଶୀ କହିଛନ୍ତି । ତୁଗଲକବାଦବାସିନ୍ଦାମାନଙ୍କୁ ମଧ୍ୟ ସମାନ ନୋଟିସ୍ ପଠାଯାଇଛି । ୧୫ ଦିନ ଭିତରେ ଘର ଖାଲି କରିବାକୁ ସେମାନଙ୍କୁ ନୋଟିସ୍ରେ କୁହାଯାଇଥିବା ଆପ୍ ବିଧାୟିକା ଅତିଶୀ କହିଛନ୍ତି ।

Leave A Reply

Your email address will not be published.