ସାଧାରଣତନ୍ତ୍ର ଦିବସରେ ଲଞ୍ଚ୍ ହେବ ନାଜାଲ ଭ୍ୟାକ୍ସିନ

0 69

ନୂଆଦିଲ୍ଲୀ,୨୨ା୧: ଜାନୁଆରୀ ୨୬ରେ ଲଞ୍ଚ୍ ହେବ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ବିଶ୍ୱର ପ୍ରଥମ ନାଜାଲ୍ କୋଭିଡ୍ଟି କା । ଭାରତ ବାୟୋଟେକ ନାକରେ ପଡ଼ି ପାରୁଥିବା କୋଭିଡ୍ ଟିକା ଆଇଏନ୍କୋଭିଏସିସିକୁ ଲଞ୍ଚ୍ କରିବ । ଏନେଇ ଭୋପାଳରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ବିଜ୍ଞାନ ମହୋତ୍ସବ (ଆଇଆଇଏସ୍ଏଫ୍)ରେ କମ୍ପାନୀ ଚେୟାରମ୍ୟାନ ତଥା ଏମଡି କ୍ରିଷ୍ଣା ଇଲ୍ଲା ସୂଚନା ଦେଇଛନ୍ତି । ଏହି ଟିକାକୁ ନାକ ଜରିଆରେ ନିଆଯିବ । ଭୋପାଳରେ ଇଣ୍ଡିଆନ ଇଣ୍ଟରନ୍ୟାସନାଲ ସାଇନ୍ସ ଫେଷ୍ଟିଭାଲରେ ଯୋଗ ଦେବା ଅବସରରେ ଇଲ୍ଲା ପିଲାମାନଙ୍କ ସହ ଆଲୋଚନା କରିଥିଲେ । ଗଣତନ୍ତ୍ର ଦିବସରେ ଏହି ନାଜାଲ ଟିକାକୁ ଲଞ୍ଚ କରାଯିବ । ସେ କହିଛନ୍ତି ଯେ, ଗାଈଙ୍କ ଦେହରେ ଦେଖା ଯାଉଥିବାର ଲୁମ୍ଫି ଚର୍ମ ରୋଗର ମୁକାବିଲା ପାଇଁ ଲୁମ୍ପି-ପ୍ରୋଭ୍ୟାକ୍ସିନକୁ ଆସନ୍ତା ମାସରେ ଲଞ୍ଚ କରାଯିବ । ଏହାପୂର୍ବରୁ କରୋନାର ମୁକାବିଲା ପାଇଁ ନାଜାଲ ଟିକାର ଶୁଭାରମ୍ଭ ହେବ । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଏହି ଭ୍ୟାକସିନର ନାମ ଇନ୍କୋଭ୍ୟାକ୍ ରହିଛି । ଏହାର ମୂଲ୍ୟ ୮୦୦ ଟଙ୍କା ରହିଥିବା ବେଳେ ଏହା ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ । ଏହି ମୂଲ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ବେଳେ ଏହାକୁ ୧୦୦୦ଟଙ୍କାକୁ ବଢାଇବାକୁ କମ୍ପାନୀ ଚାହୁଁଥିବା ଜଣାପଡିଛି । ତେବେ ହସପିଟାଲ ପକ୍ଷରୁ ସେମାନଙ୍କର ଅତିରିକ୍ତ ଚାର୍ଜ ମିଶାଇ ପାରନ୍ତି । କୋୱିନ୍ ପ୍ଲାଟଫର୍ମରେ ମଧ୍ୟ ଏହି ନାଜାଲ ଭ୍ୟାକ୍ସିନ୍ଉ ପଲବ୍ଧ ହେବ । ଏହାକୁ ୧୮ ବର୍ଷରୁ ଊଦ୍ଧ୍ୱର୍ ବୟସ୍କ ଲୋକଙ୍କୁ ଦିଆଯାଇ
ପାରିବ ।

Leave A Reply

Your email address will not be published.