ଅନ୍ଧାରରେ ପାକିସ୍ତାନ : ଲୋକେ କଲବଲ

0 76

ପାକିସ୍ତାନ : ଅ ।ର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ସୋମବାର ପାକିସ୍ତାନରେ ବିଜୁଳି ସଙ୍କଟ ଦେଖାଦେଇଛି । ବିଜୁଳି ସମସ୍ୟା ସୃଷ୍ଟି ହେବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦେଶର ଜାତୀୟ ଗ୍ରୀଡ୍ରେ ଫ୍ରିକୁ୍ୟଏନ୍ସି ହ୍ରାସ ପାଇବାରୁ ଦେଶବ୍ୟାପୀ ବିଜୁଳି ସମସ୍ୟା ଦେଖାଯାଇଥିବା ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ସଫେଇ ଦିଅ ।ଯାଇଛି । ବିଜୁଳି ସଙ୍କଟର ପ୍ରଭାବ କରାଚି, ଲାହୋର ଓ ଇସଲାମାବାଦ ସମେତ ଦେଶର ପ୍ରମୁଖ ସହରଗୁଡ଼ିକ ଉପରେ ପଡ଼ିଛି । ଲୋକମାନେ ବିଜୁଳି ଯୋଗାଣରେ ସମସ୍ୟା ଯୋଗୁ ହଇରାଣ ହେଉଥିବା ବେଳେ ସ୍ଥିତି ସ୍ୱାଭାବିକ ହେବାକୁ ୧୨ ଘଣ୍ଟା ସମୟ ଲାଗିବ ବୋଲି ପାକିସ୍ତାନର ଶକ୍ତି ମନ୍ତ୍ରୀ ସୂଚନା ଦେଇଛନ୍ତି । ପାକିସ୍ତାନର ବିଜୁଳି ବଣ୍ଟନ ବ୍ୟବସ୍ଥା ଅତ୍ୟନ୍ତ ଜଟିଳ ଓ ଡେଲିକେଟ୍ୱେ ବ ଦ୍ୱାରା କରାଯାଏ । ତେଣୁ ଗୋଟିଏ ସେକସନର ଗ୍ରୀଡରେ ସମସ୍ୟା ଦେଖାଦେଲେ, ଏହାର ପ୍ରଭାବ ସମଗ୍ର ଦେଶ ଉପରେ ପଡ଼ିଥାଏ । ଏବେ ଜାତୀୟ ଗ୍ରୀଡରେ ସମସ୍ୟା ଦେଖାଯିବାରୁ ପ୍ରମୁଖ ସହର ସମେତ ଅନେକ ସ୍ଥାନରେ ବିଜୁଳି ଯୋଗାଣ ବନ୍ଦ ହୋଇଯାଇଛି ।

Leave A Reply

Your email address will not be published.