ମୋରବି ଝୁଲା ପୋଲ ଟ୍ରାଜେଡ଼ି ଗିରଫ ହେବେ ଓରେଭା କମ୍ପାନୀ ମାଲିକ

Search and rescue work is going on as a cable suspension bridge collapsed in Morbi town of western state Gujarat, India, Monday, Oct. 31, 2022. The century-old cable suspension bridge collapsed into the river Sunday evening, sending hundreds plunging in the water, officials said. (AP Photo/Ajit Solanki)
0 50

ଗାନ୍ଧିନଗର: ଗୁଜରାଟ ମୋରବି ଝୁଲା ପୋଲ ଦୁର୍ଘଟଣାରେ ଅ ।ରେଷ୍ଟ ୱାରେଣ୍ଟ ଜାରି ହୋଇଛି । ଓରେଭା ପ୍ରମୋଟରଙ୍କୁ ବାନ୍ଧିବାକୁ ଗିରଫ ପରୱାନା ଜାରି କରିଛନ୍ତି କୋର୍ଟ । ଝୁଲାପୋଲ ଟ୍ରାଜେଡି ମୋଟ୍ ୧୩୫ଜଣଙ୍କ ମୃତୁ୍ୟ ହୋଇଛି । ଏହି ଘଟଣାରେ ଓରେଭା ସମୂହର ଏମଡିଙ୍କ ଦ୍ୱାରା ଦାୟର ହୋଇଥିବା ଅଗ୍ରୀମ ଜାମିନକୁ କୋର୍ଟ ଟାଳି ଦେଇଛନ୍ତି । ଅକ୍ଟୋବର ୩୦ ତାରିଖରେ ଗୁଜରାଟର ମଚ୍ଛୁ ନଦୀରେ ଥିବା ଝୁଲା ପୋଲ ଛିଡି ଯିବାରୁ ୧୩୬ଜଣ ପ୍ରାଣ ହରାଇଛନ୍ତି । ଏଥିରେ ଅନେକ ଲୋକ ଅ ।ହତ ହୋଇଛନ୍ତି । ବ୍ରିଜ୍ ନିର୍ମାଣ ଓ ପରିଚାଳନା ଦାୟିତ୍ୱ ଓରେଭା ସମୂହ ହାତରେ ନ୍ୟସ୍ତ ଥିବାରୁ ଏହି ଭୟଙ୍କର ଦୁର୍ଘଟଣା ପାଇଁ କମ୍ପାନୀକୁ ଦାୟି କରିଛନ୍ତି କୋର୍ଟ । ଏହାସହିତ ଓରେଭା ପ୍ରମୋଟରଙ୍କୁ ଗିରଫ କରିବା ପାଇଁ ଅ ।ରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି । ଅନ୍ୟପଟେ ଓରେଭା ଏମଡିଙ୍କ ଦ୍ୱାରା ଅ ।ଗୁଅ । ଜାମିନ୍ ଅ ।ବେଦନ ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି ଜିଲ୍ଲା କୋର୍ଟ । ଅ ।ସନ୍ତା ଫେବ୍ରୁଅ ।ରୀ ୧ ତାରିଖରେ ଏହାର ଶୁଣାଣି ହେବ । ସରକାରୀ ଓକିଲ ଅନୁପସ୍ଥିତି ରହିଥିବାରୁ ଶୁଣାଣିରେ ବିଳମ୍ବ ହୋଇଛି । ଅନ୍ୟପଟେ ରାଜ୍ୟ ସରକାର ଦୁର୍ଘଟଣାକୁ ନେଇ ସ୍ଥାନୀୟ ନଗରନିଗମକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ସେହିପରି ରାଜ୍ୟ ସହାରୀ ବିକାଶ ବିଭାଗ ମଧ୍ୟ ନୋଟିସ୍ ଜାରି କରି ମୋରବି ନଗରନିଗମକୁ ୨୫ ଜାନୁଅ ।ରୀ ସୁଦ୍ଧା ସ୍ପଷ୍ଟୀକରଣ ହେବାକୁ ନିଦେ୍ର୍ଦଶ ଦେଇଛନ୍ତି । ପ୍ରକାଶଥାଉକି, ଗୁଜୁରାଟର ମୋରବିରେ ମଚ୍ଛୁ ନଦୀ ଉପରେ ନିର୍ମିତ ଝୁଲା ପୋଲ ଗତ ବର୍ଷ ଅକ୍ଟୋବରରେ ଛିଡ଼ିପଡ଼ିଥିଲା । ଦୁର୍ଘଟଣା ସମୟରେ ପୋଲ ଉପରେ ୩୦୦ରୁ ୪୦୦ ଲୋକ ଉପସ୍ଥିତ ଥିଲେ । ସମସ୍ତେ ନଦୀକୁ ଖସିପଡିଥିଲେ । ଅବଶ୍ୟ ଏମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ୭ ମାସର ମରାମତି ପରେ ଦୁର୍ଘଟଣାର ୫ ଦିନ ପୂର୍ବେ ଏହି ପୋଲକୁ ଲୋକମାନଙ୍କ ପାଇଁ ଖୋଲାଯାଇଥିଲା । ବ୍ରିଜ ଖୋଲିବା ପୂର୍ବରୁ ଫିଟନେସ୍ ସାର୍ଟିଫିକେଟ ମଧ୍ୟ ନିଅ ।ଯାଇନଥିଲା । ଏହି ବ୍ରିଜର ରକ୍ଷଣାବେକ୍ଷଣା ଦାୟିତ୍ୱ ଓରେଭା
କମ୍ପାନୀ ପାଖରେ ତିଲା । ଏହାପରେ କମ୍ପାନୀ ଏବଂ ତାର ମାଲିକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

Leave A Reply

Your email address will not be published.