ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଚିକାଗୋ ୟୁନିଭର୍ସିଟି ଟିମ୍‌

0 89

ଭୁବନେଶ୍ୱର, ୨୪ା୧ (ଡିକେ ନ୍ୟୁଜ୍‌): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକସେବା ଭବନରେ ଚିକାଗୋ ୟୁନିଭର୍ସିଟି ଟ୍ରଷ୍ଟ ଟିମ୍ ସାକ୍ଷାତ କରିବା ସହିତ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଥିଲା । ବିଶେଷକରି ଡାଟା ପଲିସି ଏବଂ ଇନୋଭେସନ୍‌ ସେଣ୍ଟର(ଡିପିଆଇସି) ଓ ଓଡ଼ିଶା ସରକାରଙ୍କ ସହିତ ସହବନ୍ଧିତା ସମ୍ପର୍କରେ ଆଲୋଚନା ହୋଇଥିବା ଜଣାଯାଇଛି । ୟୁନିଭର୍ସିଟିର ପ୍ରଫେସର ମାଇକେଲ କ୍ରେମର, ଏକଜ୍‌ିକ୍ୟୁଟିଭ ଡାଇରେକ୍ଟର ବେଞ୍ଜାମିନ୍ କ୍ରାଉସ୍ ଏବଂ ଟ୍ରଷ୍ଟର ଅନ୍ୟତମ ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ଡକ୍ଟର ଲେନି ଚୌଧୁରୀ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ସବୁ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନା ବେଳେ ୫-ଟି ସଚିବ ଭି.କେ.ପାଣ୍ଡିଆନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଡିପିଆଇସି ଦ୍ୱାରା ରାଜ୍ୟରେ କିଭଳି ଆର୍ଥିକ ଉନ୍ନତି ହୋଇପାରିବ ଏବଂ ଡାଟାବେସ୍ ଆଦି କ୍ଷେତ୍ରରେ ରାଜ୍ୟ କିଭଳି ଆଗକୁ ବଢ଼ିବ ସେଥିନେଇ ଆଲୋଚନା ହୋଇଥିଲା । ଏହା ପୂର୍ବରୁ ଏହି ପ୍ରତିନିଧି ଦଳ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ପ୍ରଯୁକ୍ତି ବିଦ୍ୟା, ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ସହିତ ପୃଥକ୍ ପୃଥକ୍‌ ଭାବେ ଡିପିଆଇସି ସମ୍ପର୍କରେ ବୈଠକ କରିଥିଲେ ।

Leave A Reply

Your email address will not be published.