କମିଶନରେଟ୍ ପୋଲିସର ଚଢ଼ଉ, ୱେବ୍ ଚ୍ୟାନେଲ ଆଳରେ ଦେହ ବ୍ୟବସାୟ

0 73

କଟକ,୨୪ା୧(ଡିକେ ନ୍ୟୁଜ): କଟକ ବାଦାମବାଡ଼ି ଥାନା ସୂର୍ଯ୍ୟବିହାର ଲେନରୁ ଏକ ବଡ଼ଧରଣର ସେକ୍ସ ରାକେଟ କମିସନରରେଟ ପୋଲିସ ଠାବ କରିଛି । ଆଜି ପୋଲିସ ସ୍ପେସିଆଲ ସ୍କ୍ୱାର୍ଡ ବିଶେଷ ସୂତ୍ରରୁ ଖବରପାଇ ସେଠାରେ ଚଢ଼ଉ କରିଥିଲା । ଏବଂ ଚଢ଼ଉ ସମୟରେ ସେହି ଘରୁ ୫ ଜଣ ଦେହଜୀବୀଙ୍କ ସହ ୨ ଗ୍ରାହକଙ୍କୁ ଠାବ କରାଯାଇଛି । ଅଟକ ଥିବା ୫ ଦେହଜୀବୀଙ୍କ ମଧ୍ୟରେ ଜଣେ ରାଣୀ ମହୁମାଛି ମଧ୍ୟ ରହିଛି । ସବୁଠାରୁ ବଡ଼ କଥା ୱେବ୍‌ ଚ୍ୟାନେଲ ଅଫିସ ଭିତରେ ଚାଲିଥିଲା ଏହି ସେକ୍ସ ରାକେଟ । ଆଜିକୁ ଦୀର୍ଘ ଦିନ ହେବ ଏହି ସେକ୍ସ ରାକେଟ ଚାଲିଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରି ଆସୁଥିଲେ । ତେବେ ଏହି ଘଟଣା ଏବେ କଟକରେ ଚହଲ ପକାଇଛି । ଥାନାର ପାଖରେ ଏପରି କାର୍ଯ୍ୟକୁ ପୋଲିସ କିପରି ଜାଣି ପାରିଲା ନାହିଁ ତାହାକୁ ନେଇ ମଧ୍ୟ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ବାଦାମବାଡ଼ି ଥାନା ପୁଲିସ । ରାଣୀ ମହୁମାଛି କଟକର ନାଁ ବାହାର ତାହାର ଖୋଲତାଡ଼ ଜାରି ରଖିଛି ପୋଲିସ । ବିଶେଷକରି ସେ ୱେବ ଚ୍ୟାନେଲ ଅଫିସକୁ ନେଇ ମଧ୍ୟ ପୋଲିସ ତାର ତଦନ୍ତ ଆରମ୍ଭ କରିଛି । ତେବେ ଦେହଜୀବୀମାନଙ୍କୁ ଉଦ୍ଧାର କରିବା ସମୟରେ ଅନେକ ସାମଗ୍ରୀ ଜବତ କରିଛି ପୋଲିସ । ଏହି ଘଟଣା ଏବେ ଚର୍ଚ୍ଚା ରକେନ୍ଦ୍ର ବିନ୍ଦୁ ପାଲଟିଛି । କେତେ ଦିନ ପୂର୍ବରୁ ଏହି ଅନୈତିକ କାର୍ଯ୍ୟ ସେ ୱେବ ଚ୍ୟାନେଲ ଅଫିସରେ ଚାଲିଥିଲା । ଆଉ ଏଥିରେ ୱେବ ଚ୍ୟାନେଲର ସମ୍ପୃକ୍ତି ରହିଛି ନାଁ ନାହିଁ ତାହା ତଦନ୍ତ ପରିସର ଭୁକ୍ତ ରହିଛି । ୪ ଜଣ ଦେହ ବ୍ୟବସାୟୀ ଅଟକ ଥିଲା ବେଳେ ରାଣୀ ମହୁମାଛିକୁ ଗିରଫ ଦର୍ଶାଇଛି ପୋଲିସ । ଏହାସହ କିଛି ଗ୍ରାହକଙ୍କୁ ମଧ୍ୟ ଏବେ ପୋଲିସ ଅଟକ ରଖି ପଚାରାଉଚୁରା କରୁଛି । ଆଉ ଖୁବ ଶୀଘ୍ର ଏହି ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ଡିସିପି ।

Leave A Reply

Your email address will not be published.