ଆଇରନ ମ୍ୟାନ୍‌ ହେବେ ଭାରତୀୟ ଯବାନ, ଜେଟ ପ୍ୟାକ ସୁଟ୍ ପିନ୍ଧି ଉଡିବେ ସୈନିକ

0 86

କେନ୍ୟୁଜ୍ : ହାଇଟେକ୍ ହେବ ଭାରତୀୟ ଅ ।ର୍ମି । ଅ ।କାଶରେ ଉଡ଼ିବେ ଭାରତୀୟ ଯବାନ । ରୋବଟ ଉଠାଇବେ ଭାର । ପାରମ୍ପାରିକ ପ୍ରଣାଳୀରୁ ବାହାରି ହାଇଟେକ ହେବ ଭାରତୀୟ ସେନା । ଫାଷ୍ଟ ଟ୍ରାକ ମୋଡରେ ଅପଗ୍ରେଡ ହେଉଛି ଭାରତୀୟ ସେନା । ଅ ।ଗକୁ ସେନା ୪୮ ଜେଟ୍ ପ୍ୟାକ୍ ସୁଟ ଓ ୧୦୦ ରୋବୋଟିକ ମୁଲ କିଣିବାକୁ ପ୍ରସ୍ତାବ ଦେଇଛି । ସ୍ୱଦେଶୀ କମ୍ପାନୀରେ ଏହା ଏମରଜେନ୍ସୀ ମୋଡରେ ତିଅ ।ରି ଚାଲିଛି । ଏପର୍ଯ୍ୟନ୍ତ ଫ୍ରିକ୍ସନ ଓ ହଲିଉଡ ଫିଲ୍ମରେ ଅ ।ମେ ଦେଖିଛୁ ଜେଟ୍ ପ୍ୟାକ ସୁଟ୍ । ଅ ।ମେରିକା ଓ ବ୍ରିଟେନ ଏହି ଜେଟ ପ୍ୟାକ୍ ସୁଟ୍‌ ଉପରେ ଗବେଷଣା କରୁଛି । ଏହି ଜେଟ ପ୍ୟାକ ସୁଟ୍ ପିଠି ଓ ହାତରେ ପିନ୍ଧି ଗୋଟିଏ ସ୍ଥାନରୁ ଅ ।ଉ ଗୋଟିଏ ସ୍ଥାନକୁ ଉଡି ପାରିବେ ସୈନିକ । ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରେ ଉଡିବେ ସୈନିକ । ମରୁଭୂମି, ପାହାଡରୁ ୩ହଜାର ମିଟର ଉଚ୍ଚରେ ଯେପରି ଏହା ଉଡି ପାରିବ ସେନେଇ ପ୍ରସ୍ତୁତି ଅ ।ରମ୍ଭ ହୋଇଛି । ଏହି ସୁଟ ସାହାଯ୍ୟରେ ଦୁର୍ଗମ ସ୍ଥାନରେ ପହଞ୍ଚିବାକୁ ଯବାନଙ୍କୁ ସହଜ ହେବ । ସେହିପରି ଦୁଗର୍ମ ସ୍ଥାନରେ ସେନାକୁ ଇନ୍ଧନ, ଖାଦ୍ୟ ଓ ଅନ୍ୟାନ୍ୟ ଜିନିଷ ପଠାଇବା ପାଇଁ ରୋବଟର ବ୍ୟବହାର କରାଯିବ । ଏହା ବ୍ୟତୀତ ସେନା ଜାମର ଓ ଡ୍ରୋନ କିଣିବାକୁ ମଧ୍ୟ ପ୍ରସ୍ତାବ ଦେଇଛି ।

Leave A Reply

Your email address will not be published.