ଭାଙ୍ଗିବାରେ ଲାଗିଛି ପାକିସ୍ତାନର ଆର୍ଥିକ ମେରୁଦଣ୍ଡ

0 89

ପାକିସ୍ତାନରେ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି ଆର୍ଥିକ ସଙ୍କଟ । ସଙ୍କଟ ଯୋଗୁଁ ଏବେ ଡଲାର ତୁଳନାରେ ପାକିସ୍ତାନୀ ଟଙ୍କା ରେକର୍ଡ ହ୍ରାସ ପାଇବାରେ ଲାଗିଛି । ପାକିସ୍ତାନୀ ଟଙ୍କା ଗୋଟିଏ ଡଲାର ତୁଳନାରେ ୨୫୫ରେ ପହଞ୍ଚିଛି । ସରକାର ବିନିମୟ ମୂଲ୍ୟ ଉପରେ ନିଜର ଆଭିମୁଖ୍ୟ ହ୍ରାସ କରିବା ପରେ ପାକିସ୍ତାନୀ ଟଙ୍କାରେ ଏହି ହ୍ରାସ ଘଟିଛି । ଏହି ହ୍ରାସର ଅନ୍ୟତମ କାରଣ ହେଉଛି ଯେ ପାକିସ୍ତାନ ଆଇଏମଏଫର ସର୍ତ୍ତ ଅନୁସାରେ ପଦକ୍ଷେପ ନେଇଛି । ଖୋଲା ବଜାର ମୂଲ୍ୟ ଅନୁଯାୟୀ ଏହାର ଟଙ୍କା ଉପରେ ପାକିସ୍ତାନ ସରକାରଙ୍କର ହସ୍ତକ୍ଷେପ ରହୁନାହିଁ । ସରକାରୀ ରାଜକୋଷକୁ ଡଲାର ସହାୟତା ମିଳିବା ପାଇଁ ପାକିସ୍ତାନ ସରକାର ଏପରି କରିଥିବା କୁହାଯାଉଛି । ପୂର୍ବରୁ ବ୍ୟାଙ୍କ ଡଲାର ବିନିମୟ ପାଇଁ ସରକାରୀ ବ୍ୟାଙ୍କକୁ ଆସିବା ପରିବର୍ତ୍ତେ ଖୋଲା ବଜାରକୁ ଯାଉଥିଲେ । ଯେଉଁଠାରେ ସେମାନଙ୍କୁ ଅଧିକ ମୂଲ୍ୟ ମିଳୁଥିଲା । ପାକିସ୍ତାନର ସରକାରୀ ରାଜକୋଷରେ ଡଲାର ହ୍ରାସ ହେବାର ଏହା ମଧ୍ୟ ଏକ ବଡ଼ କାରଣ । ବିଶେଷଜ୍ଞଙ୍କ କହିବା କଥା ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ମାତ୍ର ୪.୩୪ ବିଲିୟନ ଡଲାରରେ ରହିଛି । ଯାହା ନଥିବା ସାଙ୍ଗରେ ସମାନ ବୋଲି କୁହାଯାଉଛି । ଆଇଏମଏଫ୍ ସହାୟତା ପାଇଁ ବିଭିନ୍ନ ସର୍ତ୍ତ ରଖିଥିବା ବେଳେ ପାକିସ୍ତାନ ସରକାର ଆଇଏମଏଫ ଅନୁସାରେ କାମ କରୁଛନ୍ତି ।

Leave A Reply

Your email address will not be published.