ଆଜିଠୁ ଆରମ୍ଭ ହେବ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜ୍

0 106

ଆଜିଠୁ ଆରମ୍ଭ ହେବ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜ୍ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ୩ ଟିକିଆ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ ମେନ୍ ଇନ ବ୍ଲୁ । ଆଜି ସନ୍ଧ୍ୟା ୭ଟାରେ ରାଞ୍ଚିରେ ଖେଳାଯିବ ସିରିଜର ପ୍ରଥମ ମ୍ୟାଚ୍ । ସିରିଜରେ ଦଳର ବରିଷ୍ଠ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଦିନିକିଆ ଶୃଙ୍ଖଳା କ୍ଲିନ୍ ସୁଇପ କରି ଭାରତର ମନୋବଳ ଦୃଢ଼ ରହିଛି । ତେବେ ଦେଖିବାକୁ ଗଲେ ICC ଦିନିକିଆ ମାନ୍ୟତାରେ ଏକ ନମ୍ବର ଦଳ ହୋଇଛି ଟିମ୍ ଇଣ୍ଡିଆ । ଯାହାକି ଭାରତୀୟ ଖେଳାଳିଙ୍କ ମନରେ ଜୋସ୍ ଭରିଛି । ଏଣୁ ମ୍ୟାଚ ଜିତି ଆରମ୍ଭରୁ ସିରିଜକୁ କବଜାକୁ ନେବାକୁ ଉଦ୍ୟମ କରିବ ଭାରତ । ସେପଟେ ଭାରତକୁ ଜବାବ ଦେବାକୁ ରଣନୀତି କରିଛି ନ୍ୟୁଜିଲାଣ୍ଡ । ଦିନିକିଆରେ ଶୋଚନୀୟ ପରାଜୟ ପରେ ଟି-୨୦ ସିରିଜରେ ଭଲ ପ୍ରଦର୍ଶନ ପାଇଁ ଦଳ ଉଦ୍ୟମ କରିବ ।

Leave A Reply

Your email address will not be published.