ହୋମଯଜ୍ଞ ଓ ମନ୍ତ୍ରପାଠରେ କମ୍ପୁଛି ତପୋଭୂମ

0 71

ଭୁବନେଶ୍ୱର/କୋଣାର୍କ, ୨୮ା୧(ଡିକେ ନ୍ୟୁଜ): ଆଜି ପବିତ୍ର ମାଘ ସପ୍ତମୀ । ଏହି ଅବସରରେ ଆଜି ପ୍ରତ୍ୟୁଷରୁ ଚନ୍ଦ୍ରଭାଗା ତୀର୍ଥରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ତ୍ରିବେଣୀଶ୍ୱର, ଐଶାନେଶ୍ୱର ଓ ଦକ୍ଷିଣେଶ୍ୱରଙ୍କ ମହାସ୍ନାନ ପରେ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି । ଭୋର ୪ଟା ୪୦ରେ ବୁଡ଼ ପକାଇବା ପରେ ସେମାନେ ସୂର୍ଯ୍ୟୋଦୟ ଦର୍ଶନ କରିଛନ୍ତି । ଦୁଇ ବର୍ଷ ପରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇବାର ସୌଭାଗ୍ୟ ଲାଭ କରିଥିବାରୁ ଖୁବ୍ ଉତ୍ସାହିତ ଥିବା ଦ୍ଭ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ ଦ୍ଭ ଖଣ୍ଡଗିରି ମେଳା : ରାତି ୧୦ରୁ ପ୍ରଚାର ବନ୍ଦ ଜଣାଯାଇଛି । ଏଥିପାଇଁ ଗତକାଲିଠାରୁ ଚନ୍ଦ୍ରଭାଗା ବେଳାଭୂମିରେ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା । ଆଜି ମଧ୍ୟ ଭୋର ସୟରୁ ଚନ୍ଦ୍ରାଭାଗାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଛି । ସୁରକ୍ଷା ଦୃଷ୍ଟିରୁ ଚନ୍ଦ୍ରଭାଗାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହି ସହିତ ଏନ୍‌ଡିଆରଏଫ୍‌, ଓଡ୍ରାଫ ଟିମ୍ ସହ ଅଗ୍ନିଶମ ବାହିନୀକୁ ମଧ୍ୟ ନିୟୋଜିତ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ସୂର୍ଯ୍ୟପୂଜାର ପରମ୍ପରାକୁ ଆଧାର କରି ଏହି ବୁଡ଼ ଅନୁଷ୍ଠିତ ହେଉଛି । ଗତକାଲି ଷଷ୍ଠୀ ତିଥିରେ ମେଳା ପଡ଼ିଆରେ ମହିଳାମାନେ ମାଟିହାଣ୍ଡିରେ ଶୁଖୁଆ ଡାଲମା, ଭାତ ଓ ଖେଚେଡ ରାନ୍ଧୁଥିବା ଦେଖାଯାଇଥିଲା । ଏହାର କିଛି ଅଂଶକୁ ସମର୍ପଣ କରି ପରିବାରର ସୁଖଶାନ୍ତି ସମୃଦ୍ଧି କାମନା କରିବା ପରେ ବଳାକା ଅଂଶକୁ ନିଜେ ଭୋଜନ କରିଥାନ୍ତି । ପରେ ଉକ୍ତ ହାଣ୍ଡିକୁ ନିକଟସ୍ଥ ହାଣ୍ଡିଭଙ୍ଗା ଗାଡ଼ିଆରେ ଭାଙ୍ଗି ମାଘ ସପ୍ତମୀ ପ୍ରତ୍ୟୁଷରୁ ତୀର୍ଥ ସ୍ନାନ ପରେ ସୂର୍ଯ୍ୟପୂଜା କରିଥାନ୍ତି । ସୂଚନାଯୋଗ୍ୟ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ଗତ ଦୁଇବର୍ଷ ଧରି ଚନ୍ଦ୍ରଭାଗା ମାଘମେଳା ବୁଡ଼ ବନ୍ଦ କରି ଦିଆଯାଇଥିଲା । ପୁରୀ ଜିଲ୍ଲା ପ୍ରଶାସନ ଏଥିରେ କଟକଣା ଲଗାଇଥିଲା । ସେହିପରି ଖଣ୍ଡଗିରିରେ ମଧ୍ୟ ଆଧ୍ୟାତ୍ମିକ ପରିବେଶ । ନାମଯଜ୍ଞ ଏବଂ କୋଳାହଳରେ କମ୍ପୁଛି କୁମ୍ଭମେଳା । ପ୍ରତ୍ୟୁଷରୁ ଧ୍ୱନି ସ୍ଥାପନ ପରେ ଆରମ୍ଭ ହୋଇଥିଲା ମାଘମେଳା । ସାରା ବିଶ୍ୱରୁ ସାଧୁସନ୍ଥମାନେ ଆସିଥିବାରୁ ସେମାନଙ୍କ ଆଶିଷ ନେବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ବିଏମ୍‌ସି ପକ୍ଷରୁ ସାଧୁସନ୍ଥଙ୍କ ସୁରକ୍ଷାଠାରୁ ଆରମ୍ଭକରି ପାର୍କିଂ ପର୍ଯ୍ୟନ୍ତ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପରିମଳ ଓ ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦେଇଛି ବିଏମ୍‌ସି । ରାତି ୧୦ଟାରୁ ପ୍ରଚାର ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି । ୩୦ତାରିଖରୁ ଯାତ୍ରାପାର୍ଟି ଆରମ୍ଭ ହେଉଥିବାରୁ ଆଇନଶୃଙ୍ଖଳାକୁ କଡ଼ାକଡ଼ି କରାଯାଇଛି ।

Leave A Reply

Your email address will not be published.