ହକି ବିଶ୍ୱକପ୍ ଆଜି ଫାଇନାଲ ଲଢେଇ

0 79

ରାଉରକେଲା,୨୮ା୧ (ଡିକେ ନ୍ୟୁଜ୍‌) : ୨୦୨୩ର ପୋଜିସନ୍ ମ୍ୟାଚ୍‌ରେ ଭାରତ ବିଜୟ ହାସଲ କରିଛି । ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଶନିବାର ଭାରତ ୫-୨ ଗୋଲ୍‌ରେ ଦକ୍ଷିଣ ଅ ।ଫ୍ରିକାକୁ ପରାସ୍ତ କରିଛି । ଏଥି ସହିତ ଭାରତ ଚଳିତ ବିଶ୍ୱକପ୍‌ରେ ୯ମ ସ୍ଥାନ ହାସଲ କରିଛି । କ୍ୱାର୍ଟର ଫାଇନାଲ୍ ମ୍ୟାଚ୍‌ରେ ସାମିଲ ହୋଇପାରି ନଥିବା ଭାରତୀୟ ଦଳ ଗତ ୨୬ ତାରିଖରେ ଜାପାନକୁ ୮-୦ ଗୋଲ୍‌ରେ ପରାସ୍ତ କରିଥିଲା । ଦକ୍ଷିଣ ଅ ।ଫ୍ରିକା ବିପକ୍ଷ ଏହି ମ୍ୟାଚ୍‌ରେ ଭାରତ ପ୍ରଥମ କ୍ୱାର୍ଟରରେ ୨ଟି, ୩ୟ କ୍ୱାର୍ଟରରେ ଗୋଟିଏ ଏବଂ ଶେଷ କ୍ୱାର୍ଟରରେ ୨ଟି ଗୋଲ୍ ଦେଇଥିଲା । ଅଭିଷେକ ୪ମିନିଟରେ ଗୋଲ୍ ଦେଇଥିଲେ । ଅଧିନାୟକ ହର୍ମନପ୍ରୀତି ସିଂହ ୧୧, ଶାମସେର ସିଂହ ୪୪, ଅକାଶଦୀପ ସିଂହ ୪୮ ଓ ସୁଖଜିତ ସିଂହ ୫୮ ମିନିଟରେ ଗୋଲ୍ ଦେଇଥିଲେ । ଅପରପକ୍ଷେ ଦକ୍ଷିଣ ଅ ।ଫ୍ରିକା ପକ୍ଷରୁ ସାମକେଲୋ ଏମ୍‌ଭିବି ୪୮ ଓ ମୁସ୍ତାପା କାସିମ ୫୯ ମିନିଟରେ ଗୋଲ ଦେଇଥିଲେ । ଚଳିତ ବିଶ୍ୱକପ୍‌ରେ ଶନିବାର ଭାରତ ଶେଷ ଥର ପାଇଁ ପଡ଼ିଅ ।କୁ ଓହ୍ଲାଇଥିବାରୁ ଗ୍ୟାଲେରିରେ ଦର୍ଶକମାନେ ମଧ୍ୟ ଠିଅ । ହୋଇ ଖେଳକୁ ବେଶ୍ ଉପଭୋଗ କରିଥିଲେ । ପୂର୍ବ, ଉତ୍ତର ଓ ଦକ୍ଷିଣ ଗ୍ୟାଲେରି ପୂର୍ଣ୍ଣ ଥିଲା । ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଅ ।ରମ୍ଭ କରି ଅଧିକାଂଶ ମହିଳା ଓ ବୃଦ୍ଧା ଦର୍ଶକ ଭାରତ ଦଳ ଖେଳ ଦେଖିବାକୁ ଷ୍ଟାଡିୟମ ଗ୍ୟାଲେରିରେ ଛିଡା ହୋଇ ଭାରତୀୟ ଦଳକୁ ତାଳିମାରି ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.