ମସଜିଦ୍‌ରେ ଆତ୍ମଘାତୀ ଆକ୍ରମଣ: ୪୬ ମୃତ

0 77

ନୂଆଦିଲ୍ଲୀ : ପାକିସ୍ତାନ ପେଶାଓ୍ୱରର ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ । ଏହି ଭୟଙ୍କର ବିସ୍ଫୋରଣରେ ୧୫୦ ରୁ ଅଧିକ ଆହତ ହୋଇଥିବା ବେଳେ ୪୬ ଜଣଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ପୋଲିସ୍‌ ଅଧିକାରୀଙ୍କ ସୂଚନା ଅନୁଯାୟୀ ସମସ୍ତଙ୍କୁ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ୍‌ର ସୂଚନା ଅନୁଯାୟୀ, ସୋମବାର ବହୁ ସଂଖ୍ୟାରେ ଲୋକେ ପ୍ରାର୍ଥନା କରିବା ପାଇଁ ମସଜିଦ୍‌ରେ ଏକାଠି ହୋଇଥିବାବେଳେ ଏହି ବିସ୍ପୋରଣ ହୋଇଥିଲା । ଫଳରେ ଏତେ ମାତ୍ରାରେ ଲୋକ ମୃତାହତ ହୋଇଛନ୍ତି । ଏହି ବିସ୍ଫୋରଣରେ ମସଜିଦ୍‌ର ଏକ କାନ୍ଥ ଭୁଷୁଡ଼ି ପଡ଼ିଛି । ଏହା ତଳେ ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ପୋଲିସର ସୂଚନା ଅନୁଯାୟୀ, ଏହା ମାନବ ବୋମା ବିସ୍ଫୋରଣ । ପ୍ରାୟ ୨୦୦ ରୁ ଅଧିକ ଲୋକ ପ୍ରାର୍ଥନା ପାଇଁ ଏକତ୍ର ହୋଇଥିଲେ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଘଟଣାକୁ ନେଇ ନିନ୍ଦା କରିଛନ୍ତି । ଏହା ସହ ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଏହି ବିସ୍ଫୋରଣ ପଛରେ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି । ସେପଟେ ତେହେରିକ୍‌-ଏ-ତାଲିବାନ୍ ପାକିସ୍ତାନର ଉମର ଖାଲିଦ ଖୁରାସାନି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ଗତ ବର୍ଷ ଅଗଷ୍ଟରେ ଆଫଗାନିସ୍ତାନରେ ଭାଇର ମୃତ୍ୟୁ ପ୍ରତିଶୋଧ ବୋଲି କହିଛି । ପୂର୍ବରୁ ଜାନୁଆରୀ ୨୨ ରେ ପେଶାୱରର ବାଦାବର ପୋଲିସ୍ ଷ୍ଟେସନ ଅଞ୍ଚଳରେ ଏକ ପୋଲିସ୍ ର୍କା ନିକଟରେ ବିସ୍ଫୋରଣ ହୋଇଥିଲା । ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ନେଇ ଖବର ଆସିଥିଲା । ପୋଲିସ୍ ଅନୁଯାୟୀ ଏହି ବିସ୍ଫୋରଣ ରିମୋଟ୍ କଣ୍ଟ୍ରୋଲ ଦ୍ୱାରା କରାଯାଇଥିଲା । ତେବେ ପୋଲିସ୍ ଏହି ଘଟଣାର ତଦନ୍ତ କରିବା ସହ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିଥିଲା ।

Leave A Reply

Your email address will not be published.