ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ୪ ନୂଆ ବିମାନବନ୍ଦରରେ ନିୟୋଜିତ ହେବେ ୫୦ ଅଗ୍ନିଶମ କର୍ମଚାରୀ

0 80

ଭୁବନେଶ୍ୱର, ୩୧ା୧(ଡିକେ ନ୍ୟୁଜ): ରାଜ୍ୟର ୪ ନୂଆ ବିମାନବନ୍ଦରରେ ୫୦ ଅଗ୍ନିଶମ ସେବା କର୍ମଚାରୀ ନିଯୁକ୍ତି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅମୁମୋଦନ ପ୍ରଦାନ କରିଛନ୍ତି । ଉଡ଼ାନ୍ ଯୋଜନା ଅଧୀନରେ ଚାରୋଟି ବିମାନବନ୍ଦର ପାଇଁ ବିଭିନ୍ନ ପଦବୀରେ ଅଗ୍ନିଶମ ସେବା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ । ଏହି ବିମାନବନ୍ଦରଗୁଡ଼ିକ ହେଉଛି ଝାରସୁଗୁଡା, ଉତ୍‌କେଲା, ରାଉରକେଲା ଏବଂ ଜୟପୁର । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଥିବା ୫୦ ଜଣ ଅଗ୍ନିଶମ ସେବା କର୍ମଚାରୀଙ୍କ ମଧ୍ୟରୁ ୯ଟି ଲେଖାଏଁ ପୋଷ୍ଟ ଉତକେଲା ଓ ଜୟପୁରରେ ନିଯୁକ୍ତି ପାଇବାକୁ ଥିବା ସମୟରେ ଝାରସୁଗୁଡା ଓ ରାଉରକେଲା ବିମାନ ବନ୍ଦରରେ ୧୬ ଜଣ ଲେଖାଏଁ ଅଗ୍ନିଶମ ସେବା କର୍ମଚାରୀ ନିଯୁକ୍ତି ପାଇବେ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ନିକଟରେ ତିନୋଟି ଅଗ୍ନିଶମ କେନ୍ଦ୍ର ରାଜ୍ୟର ତିନୋଟି ମେଡିକାଲ କଲେଜରେ କାର୍ଯ୍ୟକ୍ଷମ ହୋଇଛି । କଟକ, ବ୍ରହ୍ମପୁର ଓ ବୁର୍ଲା ମେଡିକାଲରେ ତିନୋଟି ଅଗ୍ନିଶମ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି । ଏହା ବ୍ୟତୀତ ଭଦ୍ରକର ତିହିଡି ଏବଂ ଯାଜପୁର ଜିଲ୍ଲାର ବରୁଆଁରେ ଫାୟାର ଷ୍ଟେସନ୍‌କାର୍ଯ୍ୟକ୍ଷମ ହୋଇଛି ।

Leave A Reply

Your email address will not be published.