ଅଧିକ ପେନକିଲର ବ୍ୟବହାର ବିପଜ୍ଜନକ

0 83

ବ୍ୟସ୍ତବହୁଳ ଜୀବନଶୈଳୀ, ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗୁଁ ଲୋକମାନେ ପ୍ରାୟତଃ ଟେନସନ ଏବଂ ଡିପ୍ରେସନର ଶିକାର ହୁଅନ୍ତି । ଏଥିରୁ ମୁକ୍ତି ପାଇବା ପାଇଁ ସେମାନେ ପେନ କିଲର ବ୍ୟବହାର କରନ୍ତି । ଯଦିଓ ସେମାନେ ଏହିପରି ଔଷଧ ଖାଇବାର ତୁରନ୍ତ ଲାଭ ପାଆନ୍ତି, କିନ୍ତୁ ଲଙ୍ଗ ଟର୍ମ ପାଇଁ ଏହା ଅତ୍ୟନ୍ତ ବିପଜ୍ଜନକ । ଡାଇକ୍ଲୋଫେନାକ୍ ର ବ୍ୟବହାର ହୃଦରୋଗର ଆଶଙ୍କା ବଢାଇଥାଏ । ଏକ ଅଧ୍ୟୟନରେ ଏହି ବିଷୟରେ ଚେତାବନୀ ଦିଆଯାଇଛି । ରେ ପ୍ରକାଶିତ ଏହି ଅନୁସନ୍ଧାନରେ ଡାଇକ୍ଲୋଫେନାକ୍‌ ବ୍ୟବହାରର ତୁଳନା ପାରାସିଟାମୋଲ ଏବଂ ଅନ୍ୟାନ୍ୟ ପାରମ୍ପାରିକ ଔଷଧ ପ୍ରତିଷେଧକ ସହିତ କରାଯାଇଛି । ଡେନମାର୍କର ଅରହସ୍ ୟୁନିଭରସିଟି ହସପିଟାଲର ଅନୁସନ୍ଧାନକାରୀମାନେ କହିଛନ୍ତି, ସାଧାରଣ ବିକ୍ରୟ ପାଇଁ ଡାଇକ୍ଲୋଫେନାକ୍ ଉପଲବ୍ଧ ହେବା ଉଚିତ୍ ନୁହେଁ ଏବଂ ଯଦି ଏହା ବିକ୍ରି ହୁଏ ତେବେ ଏହାର ପ୍ୟାକେଟର ଆଗରେ ଏହାର କ୍ଷତି ବିଷୟରେ ସୂଚନା ଦିଆଯିବା ଉଚିତ୍ । ଡାଇକ୍ଲୋଫେନାକ୍ ଏକ ପାରମ୍ପାରିକ ନନ୍‌-ଷ୍ଟେରଏଡାଲ୍‌ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଡ୍ରଗ୍ । ଯାହା ଯନ୍ତ୍ରଣା ଏବଂ ପ୍ରଦାହର ଚିକିତ୍ସା ପାଇଁ ସାରା ବିଶ୍ୱରେ ବ୍ୟବହୃତ ହୁଏ । ଏହି ଅନୁସନ୍ଧାନରେ ଡାଇକ୍ଲୋଫେନାକ୍ ବ୍ୟବହାର କରୁଥିବା ଲୋକଙ୍କ ମଧ୍ୟରେ ହୃଦ୍ ରୋଗର ଆଶଙ୍କା ଥିବା ଦେଖାଯାଇଛି ।

Leave A Reply

Your email address will not be published.