କାଗଜ ଟୁକୁଡ଼ା ଖୋଲିବ କି ମନ୍ତ୍ରୀଙ୍କ ହତ୍ୟା ରହସ୍ୟ

0 84

ଝାରସୁଗୁଡ଼ା,୨ା୨(ଡିକେ ନ୍ୟୁଜ): ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ନୂଆ ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ନବ ଦାସଙ୍କ ହତ୍ୟାକାରୀ ଗୋପାଳ ଦାସ ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ବହୁ ଆଗରୁ ରଚି ସାରିଥିଲେ ଷଡ଼ଯନ୍ତ୍ର । ଆଉ ହାତରେ ହତ୍ୟାର ବ୍ଲ୍ୟୁପ୍ରିଣ୍ଟ ଧରି ବୁଲୁଥିଲେ ଗୋପାଳ ଦାସ । ଆଉ ଏହାରି ଭିତରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି କିଛି ଗୁରୁତ୍ୱପୂର୍ଣ୍ଣ କାଗଜ । କୁହାଯାଉଛି ଯେ, ପ୍ରଥମେ ୧୫ ଖଣ୍ଡ, ପରେ ୫ ଖଣ୍ଡ କାଗଜ ଖଣ୍ଡ ମିଳିଛି । ଏହି କାଗଜ ଖଣ୍ଡ ଝାରସୁଗୁଡ଼ା ଏୟାରପୋର୍ଟ ଥାନା ପାଇଖାନା ଟାଙ୍କରୁ ମିଳିଛି । ଏହି କାଗଜକୁ ଗୋପାଳ ଦାସ ନିଜ ପକେଟରେ ଧରି ବୁଲୁଥିଲା । ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଏହି କାଗଜରେ ସେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିବା କୁହାଯାଉଛି । କୁହାଯାଉଛି ଯେ, ପ୍ରଥମେ ୧୫ ଖଣ୍ଡ, ପରେ ୫ ଖଣ୍ଡ କାଗଜ ଖଣ୍ଡ ମିଳିଛି । ଏହି କାଗଜ ଖଣ୍ଡ ଝାରସୁଗୁଡ଼ା ଏୟାରପୋର୍ଟ ଥାନା ପାଇଖାନା ଟାଙ୍କରୁ ମିଳିଛି । ଏହି କାଗଜକୁ ଗୋପାଳ ଦାସ ନିଜ ପକେଟରେ ଧରି ବୁଲୁଥିଲା । ଗତକାଲି ରାତିରୁ ପୋଲିସ ଏହି କାଗଜ ପାଇବା ଲାଗି ଚେଷ୍ଟା ଚଳାଇଥିଲା । ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଏହି କାଗଜରେ ସେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିବା କୁହାଯାଉଛି । ନବଙ୍କୁ ହତ୍ୟା ପଛର ସମସ୍ତ ପ୍ରମାଣକୁ ଉଡ଼ାଇ ଦେବା ଲାଗି ଗୋପାଳ ଦାସ ଉଦ୍ୟମ କରିଥିଲେ । ହେଲେ ଶତ ପ୍ରତିଶତ ସଫଳ ହୋଇପାରି ନାହାନ୍ତି । ଏବେ ବିଳମ୍ବିତ ରାତିରେ ରିପୋର୍ଟ ଲେଖାହେବା ବେଳକୁ ଏଥିରୁ କିଛି ଦସ୍ତାବିଜ୍ କ୍ରାଇମବ୍ରାଞ୍ଚ ଉଦ୍ଧାର କରିସାରିଲାଣି । ଆଉ କିଛି ଉଦ୍ଧାର ପାଇଁ ଝାରସୁଗୁଡା ବିମାନବନ୍ଦର ଥାନାରେ ରାତି ଅଧିଆ ଅପରେସନ୍‌ ଜାରି ରହିଛି । ଯାହା ସୂଚନା ମିଳୁଛି, ଜବତ କାଗଜରେ ନବଙ୍କ ହତ୍ୟା ରହସ୍ୟର ପ୍ରମାଣ ଲୁଚି ରହିଛି । ବୁଧବାର ଦିନ ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ତନାଘନା ଜେରା କରିବା ପରେ ଗୋପାଳ ନିଜେ ଏ ସଂପର୍କରେ ସୂଚନା ଦେଇଥିଲେ ।

Leave A Reply

Your email address will not be published.