ତୋଷାଳି ମେଳା : ମନମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ

0 91

ଭୁବନେଶ୍ୱର,୨ା୨(ଡିକେ ନ୍ୟୁଜ): ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଦ୍ୱିତୀୟ ସନ୍ଧ୍ୟାରେ ହସ୍ତଶିଳ୍ପ ନିର୍ଦେଶକ ଶ୍ରୀଯୁକ୍ତ ଶ୍ୟାମଭକ୍ତ ମିଶ୍ର, ହସ୍ତତନ୍ତ ବିଭାଗର ସ୍ୱତନ୍ତ୍ର ସଚିବ ରୋଜ ପଟେଲ, ଅତିରିକ୍ତ ସଚିବ ବିକ୍ରମାଦିତ୍ୟ ବାରିକ, ସିଡାକର ସଦସ୍ୟ ସଚିବ ଶିଶିର କୁମାର ରଥ ଏବଂ ଅତିରିକ୍ତ ନିର୍ଦେଶକ ରେଶମ ଶିଳ୍ପ, ସୂର୍ଯ୍ୟ ନାରାୟଣ ପଟ୍ଟନାୟକଙ୍କ ଉପସ୍ଥିତିରେ ପ୍ରଭୁ ଜଗତର ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ପୁଷ୍ପ ଅର୍ପଣ ଏବଂ ରୁଦ୍ରାକ୍ଷ ବୃକ୍ଷରେ ଜଳ ପ୍ରଦାନପୂର୍ବକ ଆଜି ସନ୍ଧ୍ୟାର ଶୁଭାରମ୍ଭ ହୋଇଥିଲା । ଆଜି ସନ୍ଧ୍ୟାର ସାଂସ୍କୃତିକ କାର୍ଯକ୍ରମରେ କୋରାପୁଟର ଆଦର୍ଶ ଆଦିବାସୀ ନୃତ୍ୟ କଳାର କଳାକାରମାନେ ଦୁରୁଆ ନୃତ୍ୟ ପରିବେଷଣ କରିଥିଲେ । ସମ୍ବଲପୁର କଳା କେନ୍ଦ୍ର ଏବଂ ମୃଣ୍ମୟୀ ଡାନ୍ସ ଆଣ୍ଡ ଗୃପର କଳାକାରମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ଗଞ୍ଜାମର ସୁଦାମ ବୋରାଡୋ ଆଣ୍ଡ ଗ୍ରୁପର କଳାକାରମାନେ ଲାଞ୍ଜିଆ ସଉରା ଜନଜାତି ନୃତ୍ୟ କଳାର କଳାକାରମାନେ ଦୁରୁଆ ନୃତ୍ୟ ପରିବେଷଣ କରିଥିଲେ । କନ୍ଧମାଳର ଦେବରାଜ କୈବ୍ରତ ଗ୍ରୁପର ଡାକୁଲ ନୃତ୍ୟ ପରିବେଷିତ ହୋଇଥିଲା । ସମ୍ବଲପୁରର ଢୋଲ ମହୁରି କଳା ପରିଷଦ ଲୋକନୃତ୍ୟ ପରିବେଷଣ କରିଥିଲେ । ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଦ୍ୱିତୀୟ ସନ୍ଧ୍ୟାରେ ଜନତା ମଇଦାନରେ ପ୍ରବଳ ଜନସମାଗମ ହୋଇଥିଲା । ଲୋକମାନେ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ କିଣାକିଣି କରିବା ସହିତ ସୁସ୍ୱାଦୁ ବ୍ୟଞ୍ଜନ ତଥା ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇଥିଲେ । ଚଳିତ ବର୍ଷ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ତରଫରୁ ହସ୍ତତନ୍ତ: ପରମ୍ପରା ଓ ପ୍ରଚଳନ ଥିମକୁ ନେଇ ଥିମ ପ୍ୟାଭିଲିୟନର ନିର୍ମାଣ କରାଯାଇଛି । ପ୍ୟାଭିଲିୟନରେ ଓଡ଼ିଶା ରାଜ୍ୟର ପାରମ୍ପରିକ ତଥା ପ୍ରଚଳିତ ହସ୍ତତନ୍ତକୁ ସମକାଳୀନ ପଦ୍ଧତିରେ ପ୍ରଦର୍ଶନ କରାଯାଇଛି । ଏହି ଥିମ ପ୍ୟାଭିଲିୟନରେ ହସ୍ତତନ୍ତ ବସ୍ତ୍ରକୁ ସମକାଳୀନ ଡିଜାଇନରେ ଚାରୋଟି ବିଭାଗରେ ପ୍ରଦର୍ଶନ କରାଯାଇଛି, ଯଥା ହସ୍ତତନ୍ତ ଶାଢି, ଗୃହ ସାଜସଜ୍ଜା ଉପକରଣ, ୱେଡିଂ ଲେହେଙ୍ଗା, ସେରୱାନି, ଜ୍ୟାକେଟ ଓ ଅନ୍ୟାନ୍ୟ ଉପକରଣ ଆଦି ପ୍ରଦର୍ଶିତ ହୋଇଛି । ପ୍ରାୟ ୨୫୦୦ ବର୍ଗଫୁଟ ମଧ୍ୟରେ ପରିବ୍ୟାପ୍ତ ହୋଇଥିବା ଏହି ପ୍ୟାଭିଲିୟନଟି ବେଶ ଆକର୍ଷଣୀୟ ହୋଇଥିବାରୁ ପରିଦର୍ଶକମାନେ ସେଲଫି ନେବା ସହ ଭରପୂର ଉପଭୋଗ କରୁଛନ୍ତି । ଏହି ମେଳା ପ୍ରତ୍ୟହ ଦିବା ୨.୩୦ ଘଟିକା ଠାରୁ ରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ଖୋଲା ରହୁଛି ଓ ଏହା ଫେବୃୟାରୀ ୧୨, ୨୦୨୩ ପର୍ଯ୍ୟନ୍ତ ଚାଲିବ

Leave A Reply

Your email address will not be published.