ରିଲିଜ୍ ହେଲା “ଦମନ୍‌’ର ହିନ୍ଦୀ ଭର୍ସନ

0 87

ଭୁବନେଶ୍ୱର, ୩ା୨ (ଡିକେ ନ୍ୟୁଜ୍‌) : ଅପେକ୍ଷାର ହେଲା ଅନ୍ତ । ସବୁ ପ୍ରତୀକ୍ଷା ଏବଂ ଉତ୍କଣ୍ଠାରେ ପଡ଼ିଛି ପୂର୍ଣ୍ଣଛେଦ । ଓଡ଼ିଅ ।ର ବ୍ଲକ୍‌ବଷ୍ଟର ଚଳଚ୍ଚିତ୍ର \”ଦମନ\’ ଏବେ ହିନ୍ଦୀରେ ଅ ।ସିଯାଇଛି । ସାରା ଦେଶରେ ୫୦୦ ହଲରେ ରିଲିଜ୍ ହେବ ଦମନ ଫିଲ୍ମର ହିନ୍ଦୀ ଭର୍ସନ । ଏଥିପାଇଁ ଦମନର ପୂରା ଟିମ୍ ମୁମ୍ୱାଇ ଗସ୍ତରେ ଅଛି । ଅ ।ଜି ମୁମ୍ବାଇ ପିଭିଅ ।ର ହଲରେ ପ୍ରିମିୟର ଶୋ\’ କରାଯିବ । ୨୦୨୨ ନଭେମ୍ବରରେ ଡାକ୍ତରଙ୍କ କାହାଣୀକୁ ନେଇ ଓଡ଼ିଅ ।ରେ ରିଲିଜ୍ ହୋଇଥିଲା ଫିଲ୍ମ ଦମନ । ଏଥିରେ ମୁଖ୍ୟ ଅଭିନେତା ବାବୁସାନ ମହାନ୍ତି, ଦୀପନ୍ୱିତ ଦାଶ ମହାପାତ୍ରଙ୍କ ସମେତ ପ୍ରଯୋଜକ, ନିର୍ଦ୍ଦେଶକ, ସଙ୍ଗୀତକାର ଓ ଅନ୍ୟମାନେ ପ୍ରିମିୟରରେ ଉପସ୍ଥିତ ରହି ଅନୁଭୂତି ବର୍ଣ୍ଣନା ସହ ଦର୍ଶକଙ୍କ ମଧ୍ୟରେ ସାମିଲ ହେବେ । ପ୍ରଥମ ଓଡ଼ିଅ । ଚଳଚ୍ଚିତ୍ର ଭାବେ ଏହା ଯେପରି ଅ ।ଇଏମ୍‌ଡିବି ରେଟିଂରେ ୯.୭ ପାଇ ଅ ।ରଅ ।ରଅ ।ର, କେଜିଫ୍‌-୨କୁ ପଛରେ ପକାଇଥିଲା ଏବେ ହିନ୍ଦୀରେ ମଧ୍ୟ ସେହିଭଳି କିଛି ରେକର୍ଡ କରିବାକୁ ଯାଉଛି । ବର୍ତ୍ତମାନ ସୁଦ୍ଧା ଏହି ପଏଣ୍ଟ ୮.୩ରେ ପହଞ୍ଚିଛି । ଯାହାକି ପୂରା ଟିମ୍‌ର ଅ ।ଶା ଏବଂ ଦର୍ଶକଙ୍କ ଉତ୍ସାହ ଉଭୟର ପରୀକ୍ଷା ଏବେ ବଡ଼ ପରଦାରେ । ସବୁଠୁ ବଡ଼ କଥା ହେଲା, \”ଦମନ\’ ଏବେ ବକ୍ସ ଅଫିସ୍‌ରେ ସୁପରହିଟ୍ ସାବ୍ୟସ୍ତ ହୋଇଥିବା ବଲିଉଡ ଷ୍ଟାର ଶାହାରୁଖଙ୍କ \”ପଠାନକୁ ଟକ୍କର ଦେବ । ୨୦୨୨ ନଭେମ୍ବର ୪ ତାରିଖରେ ସତ୍ୟ ଅ ।ଧାରିତ ଜଣେ ଯୁବ ଡାକ୍ତରଙ୍କ କାହାଣୀକୁ ନେଇ ଅ ।ସିଥିଲା \”ଦମନ\’ । ହାତଗଣତି କେତୋଟି ଶୋ\’ ସହ ରାଜ୍ୟର ୪୩ଟି ହଲ୍‌ରେ ମୁକ୍ତିଲାଭ କରିଥିଲା । ବର୍ତ୍ତମାନ ଓଡ଼ିଅ । ସିନେମା ଇତିହାସରେ ନୂଅ । ଫର୍ଦ୍ଦ ଯୋଡ଼ିବା ସହ ଦେଶର ୬ଟି ପ୍ରମୁଖ ସହରରେ ମୁକ୍ତିଲାଭ କଲା । ଏହାର ଲୋକପ୍ରିୟତା ଓ ଅ ।ଦର ଏତେ ବଢ଼ିଲା ଯେ, ପ୍ରଯୋଜନା ସଂସ୍ଥା ଏହାର ହିନ୍ଦୀ ଡବିଂ କରିବା ପାଇଁ ବାଧ୍ୟ ହେଲେ । ସିନେମା ମୁକ୍ତିଲାଭର ୧୨ଦିନ ଅର୍ଥାତ୍ ନଭେମ୍ବର ୧୬ରେ ଡବିଂ ପାଇଁ ମୁମ୍ବାଇ ଗଲା ଟିମ୍ । ପରେ ଏକ ବଡ଼ କମ୍ପାନି ପାନୋରମା ଷ୍ଟୁଡିଓ ଦ୍ୱାରା ଏହାର ବିତରଣ ହୋଇଛି । ଜେପି ମୋସନ୍ ପିକଚର୍ସ ବ୍ୟାନରରେ ଏବଂ ମେଣ୍ଟିସ୍ ଫିଲ୍ମସ୍ ମିଳିତ ଭାବେ ପ୍ରସ୍ତୁତ ଏହି ସିନେମାର ମୂଳ ପ୍ରଯୋଜକ ରହିଛନ୍ତି ଦୀପେନ୍ଦ୍ର ସାମଲ । ପ୍ରଯୋଜନାରେ
ଅନ୍ୟମାନେ ସହାୟକ ଭାବେ ମଧ୍ୟ ରହିଛନ୍ତି । କାହାଣୀ, ଚିତ୍ରନାଟ୍ୟ ପ୍ରସ୍ତୁତି ସାଙ୍ଗକୁ ନିର୍ଦ୍ଦେଶନା ଦେଇଛନ୍ତି ବିଶାଳ ମୌର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କା । ସତ୍ୟ ଆଧାରିତ ଏହି କାହାଣୀ ସାରା ଦେଶରେ ଦର୍ଶକଙ୍କ ହୃଦୟ ଛୁଇଁବ ବୋଲି ପୂରା ଟିମ୍ ଅ ।ଶାବାଦୀ ରହିଛି । ଭୁବନେଶ୍ୱରର ବିଭିନ୍ନ ସିଙ୍ଗଲ୍ ଏବଂ ମଲ୍ଟିପ୍ଲେକ୍ସ ହଲ୍‌ରେ ୮ଟି ଶୋ\’ ପ୍ରଦର୍ଶିତ ହେବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.