କୋଟପାଡରେ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ୫-ଟି ସଚିବ

0 79

କୋଟପାଡ, ୪ା୨(ଡିକେ ନ୍ୟୁଜ): ରାଜ୍ୟ ସରକାରଙ୍କ ୫ଟି ସଚିବ ଭି.କେ.ପାଣ୍ଡିଆନ କୋଟପାଡ଼ ଗସ୍ତ କରିଥିବା ଖବର ମିଳିଛି । ଗତ ତିନି ତାରିଖ ଦିନ ୫-ଟି ସଚିବ ନିଜ ଗସ୍ତ କାର୍ଯ୍ୟକ୍ରମରେ ଦମୟନ୍ତୀ ସାଗର, ଦେୱାନମୁଣ୍ଡା, ମିନି ଷ୍ଟାଡିୟମ ଓ କୋଟପାଡ଼ ମହାବିଦ୍ୟାଳୟ ପରିଦର୍ଶନ କରିଥିଲେ । ଏହି ଅବସରରେ ଦମୟନ୍ତୀ ସାଗର ଓ ଦେୱାନମୁଣ୍ଡାର ପୁନରୁଦ୍ଧାର ପାଇଁ ଆବଶ୍ୟକୀୟ ବଜେଟ ଓ ଯୋଜନା ସଂପର୍କରେ ଜିଲ୍ଲା ପ୍ରଶାସନ ଠାରୁ ସବିଶେଷ ଆଲୋଚନା କରିଥିଲେ । ଏଥିସହ କୋଟପାଡ଼ ମହାବିଦ୍ୟାଳୟରେ ଯୁକ୍ତ ତିନି ବିଜ୍ଞାନ ବିଭାଗ ଖୋଲାଯିବା ଓ ସର୍ବ ପୂରାତନ କପିଳେଶ୍ୱର ମନ୍ଦିର ପୁନରୁଦ୍ଧାର କାର୍ଯ୍ୟ କରାଯିବା ପାଇଁ ୫-ଟି ସଚିବଙ୍କୁ ଅନୁରୋଧ କରାଯାଇଥିଲା । ଏହି ଅବସରରେ କୋରାପୁଟ ଜିଲ୍ଲାପାଳ ଅବଦୁଲ ଏମ.ଆଖତର, ଏନ୍‌ଏସି ଅଧ୍ୟକ୍ଷ ଏମ୍‌.ଶଙ୍କର ରାଓ, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର ଖରା, ଅଜୟ ମିଶ୍ର, ପ୍ରଦୀପ ବକ୍ସି, ଗୈରି ପଟ୍ଟନାୟକ, କୋଟପାଡ଼ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକାମାନେ ଏହି ଗସ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.