ବଜେଟରେ କେଉଁ ବିଭାଗକୁ ମିଳିଲା କେତେ ? ଜାଣନ୍ତୁ..

0 93

ବିଧାନସଭାରେ ଉପସ୍ଥାପିତ ହୋଇଛି ଆର୍ଥିକ ବଜେଟ  । ଚଳିତ ଆର୍ଥିକ ବର୍ଷ ନିମନ୍ତେ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବ୍ୟବ ବରାଦ କରାଯାଇଛି  । ଏଥିରେ କୃଷି ବିଭାଗକୁ ମିଳିଛି ୨୪ ହଜାର ୮୨୯ କୋଟି ଟଙ୍କା  ।  ସ୍ୱାସ୍ଥ୍ୟ ବିଭାଗ ପାଇଁ ରହିଛି ୧୫ ହଜାର ୭୫୬ କୋଟି  । ଗଣଶିକ୍ଷା ବିଭାଗ ପାଇଁ ବଜେଟରେ ବ୍ୟୟ ଅଟକଳ ହୋଇଛି ୨୨ ହଜାର ୫୨୭ କୋଟି ଟଙ୍କା  ।  ମିଶନ ଶକ୍ତି ବିଭାଗ  ପାଇଁ ରହିଛି ୨ ହଜାର ୫୫୪ କୋଟି ଟଙ୍କା  ।

ସେହିପରି ଖାଦ୍ୟ ଯୋଗାଣ ବିଭାଗ ପାଇଁ ବଜେଟରେ ରହିଛି ୧୨୨୯ କୋଟି ଟଙ୍କା  ।  ପଞ୍ଚାୟତିରାଜ ବିଭାଗ ପାଇଁ ୨୫ ହଜାର ୩୧୮ କୋଟି ବଜେଟରେ ବ୍ୟୟ ବରାଦ କରାଯାଇଛି  । ଜଳ ସମ୍ପଦ ବିଭାଗ ପାଇଁ ୧୦ ହଜାର ୭୭୫ କୋଟି ଟଙ୍କା ରହିଥିବାବେଳେ ଶକ୍ତି ବିଭାଗ ପାଇଁ ୩୦୦୨ କୋଟି ଟଙ୍କା ବଜେଟରେ ବ୍ୟୟବରାଦ କରାଯାଇଛି  ।

ଅନ୍ୟପଟେ  ମହିଳା ଶିଶୁ ବିକାଶ ବିଭାଗ ପାଇଁ ୩୬୭୦ କୋଟି ଟଙ୍କା ରହିଛି  । ଉଚ୍ଚଶିକ୍ଷା ବିଭାଗ ପାଇଁ ୩୧୭୩ କୋଟି ବଜେଟରେ ବ୍ୟବ ବରାଦ କରାଯାଇଥିବାବେଳେ ମତ୍ସ୍ୟ ଓ ପଶୁପାଳନ ବିଭାଗ ପାଇଁ ବଜେଟରେ ରହିଛି ୧୭୬୯ କୋଟି ଟଙ୍କା  । ଯୋଜନା ଓ ସଂଯୋଜନା ବିଭାଗକୁ ୧୩ ହଜାର ୧୦୪ କୋଟି  । ପର୍ଯ୍ୟଟନ ବିଭାଗକୁ ମିଳିଛି ୬୬୦ କୋଟି  । ହସ୍ତତନ୍ତ ହସ୍ତଶିଳ୍ପ ୨୧୯ କୋଟି  । ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗକୁ ମିଳିଛି ୨ ହଜାର ୧୮୪ କୋଟି  । ନଗର ଉନ୍ନୟନ ଦବିଭାଗକୁ ମିଳିଛି ୭ ହଜାର ୯୧୪ କୋଟି ଟଙ୍କା  । ଇଲୋକ୍ଟ୍ରୋନିକ୍ସ ଓ ସୂଚନା ପ୍ରୟୁକ୍ତି ବିଦ୍ୟା ବିଭାଗ ପାଇଁ ବ୍ୟବ ବରାଦ ୩୫୬ କୋଟି ଟଙ୍କା  । ଅଣୁ-କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ୬୪୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି  ।

କଟକ ବଡ଼ ମେଡିକାଲକୁ ଏମସ ପ୍ଲସ ହସ୍ପିଟାଲରେ ରୂପାନ୍ତରିତ କରିବା ସହ ଶିଶୁ ମାତୃହାର ହ୍ରାସ ପାଇଁ ପଦକ୍ଷେପ ନିଆଯାଇଛି  । BSKYରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ସରକାର ସଂକଳ୍ପ ନେଇଛନ୍ତି  । ଜନସ୍ୱାସ୍ଥ୍ୟ ସେବା ପାଇଁ ୧୬ ହଜାର ୪୮ କୋଟି ଟଙ୍କାର ପାଣ୍ଠି ବରାଦ କରାଯାଇଛି  । ଯାହା ଗତବର୍ଷ ଠାରୁ ୨୭ ପ୍ରତିଶତ  ଅଧିକ  ।

ସ୍ୱାସ୍ଥ୍ୟ କ୍ଷେତ୍ରରେ ସରକାର ଆମ ହସ୍ପିଟାଲ ନାମରେ ନୂଆ ଯୋଜନା ଆରମ୍ଭ କରିବେ  । ଏଥିପାଇଁ ଚଳିତ ବଜେଟରେ ୭୫୦ କୋଟି ଟଙ୍କାର ପାଣ୍ଠି ବରାଦ କରାଯାଇଛି  । ଏଥିରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ରୋଗୀଙ୍କ ମୈଳିକ ସୁବିଧା ସୁଯୋଗ, ସେବା ପ୍ରଦାନ ଯୋଜନାରେ ଉନ୍ନତି କରାଯିବ  । BSKY ଯୋଜନା ରାଜ୍ୟର ସ୍ୱାସ୍ଥ୍ୟ ସେବାରେ ଆଣିଛି ବୈପ୍ଳବିକ ପରିବର୍ତ୍ତନ  । ଏଥିରେ ଏଯାଏଁ ୧୦ ଲକ୍ଷରୁ ଅଧିକ ପରିବାର ପ୍ରମୁଖ ଘରୋଇ ହସ୍ପିଟାଲରେ ସ୍ୱାସ୍ଥ୍ୟ ସେବା ପାଇଛନ୍ତି  ।

ସେହିଭଳି ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନରେ ଗତ ୬ ବର୍ଷରେ ବାଲେଶ୍ୱର, ବାରିପଦା, ବଲାହ୍ଗୀର, କୋରାପୁଟ, ପୁରୀ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ୭ଟି ନୂଆ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି  । ଆସନ୍ତାବର୍ଷ କଳାହାଣ୍ଡି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବା ପରେ ତାଳଚେର, ଫୁଲବାଣୀ ଓ ଯାଜପୁର ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରାଯିବ  ।

ଗଣଶିକ୍ଷା ବିଭାଗକୁ ୨୨ ହଜାର ୫୨୮ କୋଟି

ଜୀବନ ଧାରଣ ମାନରେ ସମୃଦ୍ଧି ଆଣିବାକୁ ଶିକ୍ଷା ହିଁ ହେଉଛି ପ୍ରମୁଖ ମାନଦଣ୍ଡ  । 5T ନୀତିରେ ହାଇସ୍କୁଲର ରୂପାନ୍ତରୀକରଣ କରାଯାଇଛି  । ଏହାଦ୍ୱାରା ସରକାରୀ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍, ଅତ୍ୟାଧୁନିକ ଇ ଲାଇବ୍ରେରୀ ଓ ପର୍ଯ୍ୟାପ୍ତ ପାନୀୟ ଜଳ ସୁବିଧା ମିଳିପାରୁଛି  । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧ହଜାର ୭୫ ଟି ହାଇସ୍କୁଲ, ଦ୍ୱିତୀୟ ପର୍ଯ୍ୟାୟରେ ୩ ହଜାର ୪୬୧ଟି ହାଇସ୍କୁଲକୁ ରୂପାନ୍ତରୀକରଣ କରାଯାଇଛି  । ମୋ ସ୍କୁଲ ଅଭିଯାନରେ ୩୦ଲକ୍ଷରୁ ଅଧିକ ପୂର୍ବତନ ଛାତ୍ରଛାତ୍ରୀ ଓ ଗୋଷ୍ଠୀ ସଦସ୍ୟ ଯୋଗ ଦେଇଛନ୍ତି  । ଆସନ୍ତା ଆର୍ଥିକ ବର୍ଷରେ ଏଥିରେ ୮ଶହ ୫କୋଟି ଟଙ୍କା ଖର୍ଚ୍ଚ କରାଯିବ  ।

ଉଚ୍ଚଶିକ୍ଷାକୁ ୩ ହଜାର ୧୭୩

ଗଣଶିକ୍ଷା ଭଳି ସରକାରଙ୍କ ଫୋକସରେ  ରହିଛି ଉଚ୍ଚଶିକ୍ଷା  । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ସରକାରୀ ବିଶ୍ୱବିଦ୍ୟାଳୟ ସଂଖ୍ୟା ୧୮କୁ ବଢିଛି  । ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରଶାସନିକ ଓ ସିକ୍ଷାଗତ ସଂସ୍କାର ପାଇଁ ଅଧ୍କ ପାଣ୍ଠି ବରାଦ ହୋଇଛି  । ୨ଶହ ମେଧାବୀ ଛାତ୍ରଛାତ୍ରୀଙ୍କୁ IAS କୋଚିଂ ପାଇଁ ମାଗଣାରେ ସମସ୍ତ ସୁବିଧା ମିଳିବ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାରେ ଓଡ଼ିଆ ପିଲାଙ୍କୁ ଯୋଡିବାକୁ ସରକାର ଦୀର୍ଘ ମିୟାଦୀ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି  । ସିଇଟି ଏବେ OUTR ହୋଇଛି  । ଆସନ୍ତା ପାଞ୍ଚବର୍ଷ ମଧ୍ୟରେ ଏହା ଏକ ଉତ୍କର୍ଷ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ ହେବ  ।  ସେହିପରି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାକୁ ୯ଶହ ୮୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଉଛି  ।

 

Leave A Reply

Your email address will not be published.