ତୃତୀୟ ଟେଷ୍ଟ ବିରାଟଙ୍କ ପାଇଁ ସ୍ପେଶାଲ, କ୍ୟାଚ ଧରି ତ୍ରିଶତକ ମାରିବେ କିଙ୍ଗ କୋହଲି

0 142

ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଖେଳାଯିବ । ଇନ୍ଦୋରର ହୋଲକର ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବାକୁ ରହିଥିବା ବେଳେ ଏଥିରେ ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଆଉ ମାତ୍ର ଗୋଟିଏ କ୍ୟାଚ୍‌ ଧରିଲେ ଟିମ୍‌ ଇଣ୍ଡିଆର କୋଚ୍‌ ରାହୁଲ ଦ୍ରାବିଡଙ୍କ କ୍ଲବରେ ଏଣ୍ଟ୍ରି ମାରିବେ କିଙ୍ଗ କୋହଲି । ଗୋଟିଏ କ୍ୟାଚରେ ୩ଶହ କ୍ଲବରେ ସାମିଲ ହେବେ । ତୃତୀୟ ଟେଷ୍ଟରେ ତ୍ରିଶତକ ମାରି ପାରନ୍ତି ବିରାଟ । ଏହା ରନ ସଂଗ୍ରହ କରି ନୁହେଁ ବରଂ କ୍ୟାଚ୍‌ ଧରିବାରେ ରେକର୍ଡ ହେବ । କୋହଲି ନିଜ ଅନ୍ତରାଷ୍ଟ୍ରୀୟ କ୍ୟାରିୟରରେ ୪୯୨ ମ୍ୟାଚରୁ ୨୯୯ଟି କ୍ୟାଚ ଧରିଛନ୍ତି । ଆଉ ମାତ୍ର ଗୋଟିଏ କ୍ୟାଚ ଧରିନେଲେ ଏହି ମ୍ୟାଚ ତାଙ୍କ ପାଇଁ ସ୍ପେଶାଲ ହେବ । ରାହୁଲ ଦ୍ରାବିଡଙ୍କ ସମକକ୍ଷ ହୋଇ ୩ଶହ କ୍ଲବରେ ଏଣ୍ଟ୍ରି ମାରିବେ ବିରାଟ । ଦ୍ରାବିଡଙ୍କ ପରେ ୩ଶହ କ୍ୟାଚ୍‌ ଧରିବାରେ ବିରାଟ ଦ୍ୱିତୀୟ ଭାରତୀୟ ହେବେ । ଅନ୍ତରାଷ୍ଟ୍ରୀୟ ସ୍ତରରେ କୋହଲି ଠାରୁ ମାତ୍ର ୬ ଖେଳାଳି ଆଗରେ ରହିଛନ୍ତି । ରାହୁଲ ଦ୍ରାବିଡ ୫୦୯ ମ୍ୟାଚରୁ ୩୩୪ଟି କ୍ୟାଚ ଧରିଛନ୍ତି । ମାହିଲେ
ଜୟବର୍ଦ୍ଧନ ସବୁଠାରୁ ଅଧିକ କ୍ୟାଚ ଧରି ବିଶ୍ୱ ରେକର୍ଡ କରିଛନ୍ତି । ସେ ୬୫୨ ମ୍ୟାଚରୁ ୪୪୦ କ୍ୟାଚ ନେଇଛନ୍ତି । ମାହେଲାଙ୍କ ପରେ ରିକି ପଏଣ୍ଟିଂ, ରସ୍‌ ଟ୍ରେଲର, ଜ୍ୟାକ୍‌ କାଲିସ୍‌, ରାହୁଲ ଦ୍ରାବିଡ, ଷ୍ଟିଫେନ୍‌ ଫ୍ଲେମିଂଙ୍କ ପରେ ବିରାଟ କୋହଲି ରହିଛନ୍ତି । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୪ଟି ଟେଷ୍ଟ ଖେଳାଯିବ । ପ୍ରଥମ ଦୁଇଟି ମ୍ୟାଚରେ ଭାରତ କଙ୍ଗାରୁ ଦଳକୁ ପରାଜିତ କରିଛନ୍ତି । ପ୍ରଥମ ଟେଷ୍ଟରେ ରୋହିତ-ଆଣ୍ଡ-କୋ ଗୋଟିଏ ଇନିଂସ ଓ ୧୩୨ ରନରେ ହରାଇଥିଲା । ସେହିପରି ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଥିଲା ।

Leave A Reply

Your email address will not be published.