ଚିନ୍ତା ବଢ଼ାଇଲା ଏଚ୍‌୩ଏନ୍‌୨ ଭାଇରସ୍‌, ପ୍ରଥମଥର ଭାରତରେ ଗଲା ୬ ଜୀବନ

0 103

ନୂଆଦିଲ୍ଲୀ : ମହାମାରୀ କରୋନା ପରେ ଆତଙ୍କ ଖେଳାଇଛି ଏଚ୍‌୩ଏନ୍‌୨ ଭାଇରସ । କରୋନା ମହାମାରୀ ପରେ ଲୋକମାନେ ଧିରେ ଧିରେ ସାଧାରଣ ଭାବେ ଜୀବନଯାପନ କରିବା ଆରମ୍ଭ କରିଥିବା ବେଳେ ଏଚ୍‌୩ଏନ୍‌୨ ଭାଇରସ ଜନିତ ଇନ୍‌ଫ୍ଲୁଏଞ୍ଜା ପୁଣିଥରେ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳାଇ ଦେଇଛି । ପ୍ରଥମ ଥର ପାଇଁ ଭାରତରେ ଏଚ୍‌୩ଏନ୍‌୨ ଭାଇରସ ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଛି । ହରିୟାଣା ଓ କର୍ଣ୍ଣାଟକ ଓ ପଞ୍ଜାବରେ ଜଣେ ଲେଖାଏଁ ସଂକ୍ରମିତ ପ୍ରାଣ ହରାଇଥିବା ବେଳେ ଅନ୍ୟ ତିନିଜଣଙ୍କର ତଥ୍ୟ ଖୋଜା ଚାଲିଛି । ସୂଚନା ଅନୁଯାୟୀ, କର୍ଣ୍ଣାଟକର ହାସନରେ ଜଣେ ୮୨ ବର୍ଷୀୟ ସଂକ୍ରମିତ ଦେଶର ପ୍ରଥମ ବ୍ୟକ୍ତି ଭାବେ ଏଚ୍‌୩ଏନ୍‌୨ରେ ପ୍ରାଣ ହରାଇଛନ୍ତି ।

ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, କିରାଏ ଗୌଡା ନାମକ ଏହି ବୟସ୍କ ବ୍ୟକ୍ତିଙ୍କୁ ଫେବୃଆରୀ ୨୪ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ ମାର୍ଚ୍ଚ ୧ରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ମଧୁମେହ ଏବଂ ଉଚ୍ଚ ରକ୍ତ·ପ ସମସ୍ୟା ମଧ୍ୟଥିଲା । ଦେଶରେ ଏଯାବତ୍‌ ଏଚ୍‌୩ଏନ୍‌୨ର ପ୍ରାୟ ୯୦ଟି ମାମଲା ରିପୋର୍ଟ ହୋଇଥିବା ଜଣାଯାଇଛି । ଏହାଛଡ଼ା ୮ଟି ଏଚ୍‌୧ଏନ୍‌୧ ମାମଲା ମଧ୍ୟ ରିପୋର୍ଟ ହୋଇଛି । ଗତ କିଛି ମାସ ମଧ୍ୟରେ ଦେଶରେ ଫ୍ଲୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ରୋଗୀ ଏଚ୍‌୩ଏନ୍‌୨ ସଂକ୍ରମିତ, ଯାହାକୁ ହଂକଂ ଫ୍ଲୁ ମଧ୍ୟ କୁହାଯାଏ । ଦେଶର ଅନ୍ୟ ଇନ୍ଫ୍ଲୁଏଞ୍ଜା ସବ୍‌ ଭାରିଆଣ୍ଟ ଅପେକ୍ଷା ଏହି ଭୂତାଣୁ ଅଧିକ ଶକ୍ତିଶାଳୀ ।

ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କେବଳ ଏଚ୍‌୩ଏନ୍‌୨ ଏବଂ ଏଚ୍‌୧ଏନ୍‌୧ ସଂକ୍ରମଣ ଚିହ୍ନଟ ହୋଇଛି । ଉଭୟଙ୍କର କୋଭିଡ ଭଳି ଲକ୍ଷଣ ଅଛି, ଯାହା ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିଛି । କୋଭିଡ୍‌-୧୯ ମହାମାରୀର ଦୁଇବର୍ଷ ପରେ ଫ୍ଲୁ ଜନିତ ସଂକ୍ରମଣ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଉଭୟ ଏଚ୍‌୩ଏନ୍‌୨ ଓ ଏଚ୍‌୧ଏନ୍‌୧ ଅତ୍ୟଧିକ ସଂକ୍ରାମକ । ସଂକ୍ରମିତ ବ୍ୟକ୍ତି କାଶିବା ଓ ଛିଙ୍କିବା ଦ୍ୱାରା ତାଙ୍କ ପାଟି ଓ ନାକରୁ ବାହାରୁଥିବା କ୍ଷୁଦ୍ର ଜଳକଣିକା ସଂସ୍ପର୍ଶରେ ଆସିଲେ ଏହି ରୋଗ ହୋଇଥାଏ । ସଂକ୍ରମଣରୁ ବଞ୍ଚିବା ପାଇଁ ନିୟମିତ ହାତ ଧୋଇବା ଏବଂ ମାସ୍କ ପିନ୍ଧିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । ଛିଙ୍କିବା ଏବଂ କାଶିବା ସମୟରେ ପାଟି ଓ ନାକ ଘୋଡାଇବାକୁ ଲୋକଙ୍କୁ ପରାମର୍ଶ ଦେଇଛି ଇଣ୍ଡିଆନ୍‌ ଆଇସିଏମ୍‌ଆର ।

Leave A Reply

Your email address will not be published.