ଗଣମାଧ୍ୟମକୁ ରାଷ୍ଟ୍ରପତିଙ୍କ ପରାମର୍ଶ, ମହିଳାଙ୍କ ସମ୍ମାନ ଓ ସୁରକ୍ଷା ପ୍ରତି ସମ୍ବେଦନଶୀଳ ହୁଅ

0 74

ନୂଆଦିଲ୍ଲୀ : ମହିଳାଙ୍କ ସମ୍ମାନ ଓ ସୁରକ୍ଷା ପ୍ରତି ସମ୍ବେଦନଶୀଳ ହେବା ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ଗଣମାଧ୍ୟମ ସଂସ୍ଥାଗୁଡିକୁ ନିବେଦନ କରିଛନ୍ତି । ନବଭାରତ ଟାଇମ୍ସ ପକ୍ଷରୁ ଦିଲ୍ଲୀରେ ଆୟୋଜିତ ଏକ ମହିଳା ବାଇକ ଶୋଭାଯାତ୍ରାକୁ ଆଭାସି ମାଧ୍ୟମରେ ଶୁଭାରମ୍ଭ କରିବା ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ଗଣମାଧ୍ୟମଗୁଡିକ ସେମାନଙ୍କ ଖବର, ବିଜ୍ଞାପନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମହିଳାଙ୍କ ପ୍ରତି ସମ୍ବେଦନଶୀଳ ହେବା ଦରକାର ।

ମହିଳାଙ୍କ ସମ୍ମାନକୁ କ୍ଷତି ପହଞ୍ଚାଉଥିବା ପ୍ରତିଟି କାର୍ଯ୍ୟରୁ ନିବୃତ୍ତ ରହିବା ପ୍ରତ୍ୟେକ ଭାରତୀୟଙ୍କ ସାମ୍ବିଧାନିକ କର୍ତ୍ତବ୍ୟ । ରାଷ୍ଟ୍ରପତି ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ମହିଳାଙ୍କ ସମ୍ମାନ ଓ ସମ୍ବେଦନଶୀଳ ହେବାର ଶିକ୍ଷା ପରିବାରରୁ ହିଁ ମିଳିଥାଏ । ମା’ ଓ ଭଉଣୀମାନେ ସେମାନଙ୍କ ପୁଅ ଓ ଭାଇଙ୍କୁ ମହିଳାଙ୍କୁ ସମ୍ମାନ ଦେବାର ମୂଲ୍ୟବୋଧ ଶିଖାଇବା ଦରକାର । ସେହିପରି ଶିକ୍ଷକମାନେ ମଧ୍ୟ ପିଲାମାନଙ୍କୁ ଏହି ଶିକ୍ଷା ଦେବା ଦରକାର ।

Leave A Reply

Your email address will not be published.