ଜଙ୍ଗଲ ନିଆଁ : କେନ୍ଦ୍ରମନ୍ତ୍ରୀଙ୍କ ଉଦ୍‌ବେଗ ଜୈବ ବିବିଧତା-ଆଦିବାସୀଙ୍କ ଜୀବିକା ଉପରେ ପଡ଼ୁଛି ପ୍ରଭାବ

0 86

ନୂଆଦିଲ୍ଲୀ/ଭୁବନେଶ୍ୱର : ରାଜ୍ୟରେ ହୁହୁ ହୋଇ ବଢ଼ୁଥିବା ଜଙ୍ଗଲ ନିଆଁ ନେଇ ଗଭୀର ଚିନ୍ତାବ୍ୟକ୍ତ କରି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାକ୍ଷାତ କରି ପତ୍ର ଦେଇଛନ୍ତି । ଶ୍ରୀ ପ୍ରଧାନ ଏହି ପତ୍ରରେ ରାଜ୍ୟରେ ବନାଗ୍ନି ସାରା ଦେଶରେ ଶୀର୍ଷରେ ଥିବା ସହ ରାଜ୍ୟର ଜଙ୍ଗଲ ସମ୍ପଦ, ଜୈବ ବିବିଧତା, କୃଷକ ଓ ଆଦିବାସୀଙ୍କ ଅର୍ଥନୀତି ଉପରେ କୁପ୍ରଭାବ ନେଇ ବିସ୍ତୃତ ଭାବେ ଉଲ୍ଲେଖ କରିଛନ୍ତି ।

ଏହା ସହ ଏହି ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱୟ ପାଇଁ ମିଳିତ ବୈଠକ ଓ ଆଗାମୀ ଦିନରେ ମୁକାବିଲାର ଯୋଜନା ପ୍ରସ୍ତୁତ ପାଇଁ ଶ୍ରୀ ଯାଦବଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି । ଶ୍ରୀ ପ୍ରଧାନ, ଜଙ୍ଗଲ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନଭେମ୍ବର ୨୦୨୨ରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ୮୭୧ଟି ବଡ଼ ଧରଣର ଜଙ୍ଗଲରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି ।

ଏହା ସାରା ଦେଶରେ ବନାଗ୍ନି ମାମଲାରେ ସର୍ବାଗ୍ରେ ରହିଛି । ଶ୍ରୀ ପ୍ରଧାନ ପତ୍ରରେ ସରକାରୀ ତଥ୍ୟ ଉଲ୍ଲେଖ କରି ଲେଖିଛନ୍ତି, ଓଡ଼ିଶା ପଛକୁ କର୍ଣ୍ଣାଟକ, ତେଲଙ୍ଗାନା ଓ ମଧ୍ୟ ପ୍ରଦେଶ ଭଳି ରାଜ୍ୟ ଅଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୬୨୫ଟି ବନାଗ୍ନିର ଖବର ସାମ୍ନାକୁ ଆସିଛି । ଓଡ଼ିଶାର ଏହି ଜଙ୍ଗଲ ନିଆଁ ଦେଶର ମୋଟ ଜଙ୍ଗଲ ନିଆଁର ୩୫ ପ୍ରତିଶତ ବୋଲି ଆକଳନ କରାଯାଇଛି । ବିଗତ ·ରି ମାସରେ ରାଜ୍ୟରେ ଜଙ୍ଗଲ ନିଆଁ କାରଣରୁ ·ରି ହଜାର ହେକ୍ଟର ନଷ୍ଟ ହୋଇଥିବା ଆକଳନ କରାଯାଇଛି ।

୨୦୨୧ ମସିହାରେ ଜଙ୍ଗଲ ନିଆଁ ରାଜ୍ୟରେ ବହୁତ ବଡ଼ଧରଣର ଥିଲା । ରାଜ୍ୟରେ ୫୧ ହଜାର ୯୬୮ଟି ଘଟଣା ସେହି ବର୍ଷ ସାମ୍ନାକୁ ଆସିଥିଲା । ଶିମିଳିପାଳ ଜାତୀୟ ଉଦ୍ୟାନ ଏହା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ଚଳିତ ବର୍ଷ ୨୦୨୧ ମସିହା ଠାରୁ ସ୍ଥିତି ଆହୁରି ସଙ୍ଗୀନ ହେବା ଭଳି ଜଣାପଡ଼ୁଛି ବୋଲି ଶ୍ରୀ ପ୍ରଧାନ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ।

ରାଜ୍ୟ ଜଙ୍ଗଲ ସମେତ ଅଗ୍ନିଶମ ବିଭାଗକୁ ଜଙ୍ଗଲ ନିଆଁର ସାମ୍ନା କରିବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇ ଦିଆଯାଇଥିଲେ ମଧ୍ୟ ପରି·ଳନାଗତ ପ୍ରଶିକ୍ଷଣ ଅଭାବରୁ ଏହାକୁ  ଗୁରୁତର ହୋଇ ନିମୋନିଆରେ ସଂକ୍ରମଣ ହୋଇପାରନ୍ତି କିଡ଼ନୀ, ହାର୍ଟ ଓ ଶ୍ୱାସରୋଗୀ । ତେଣୁ ଲକ୍ଷଣ ଥିଲେ ନିଜକୁ ଆଇସୋଲେଟ କରିବା ସହ ମାସ୍କ ପିନ୍ଧିବା ଓ ହାତ ଧୋଇବାକୁ କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ରୋଗ ଭଲ ନହେଲେ ଡାକ୍ତରଙ୍କ ପରାମର୍ଶ ନେଇ ମେଡିକାଲରେ ଆଡମିଟ ହେବାକୁ ଦେଇଛନ୍ତି ପରାମର୍ଶ ।

Leave A Reply

Your email address will not be published.