ଭୋପାଳ ଗ୍ୟାସ୍‌ ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ରାୟ, ପୀଡ଼ିତଙ୍କୁ ମିଳିବନି ଅତିରିକ୍ତ ସହାୟତା ରାଶ

0 95

ନୂଆଦିଲ୍ଲୀ : ଭୋପାଳ ଗ୍ୟାସ ଟ୍ରାଜେଡି ପୀଡ଼ିତଙ୍କୁ ଅତିରିକ୍ତ କ୍ଷତିପୂରଣ ପାଇଁ ଦାଏର ହୋଇଥିବା ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏହି ଘଟଣାର ପୀଡିତଙ୍କୁ ମିଳିବନି ଅତିରିକ୍ତ ସହାୟତା । ସୁପ୍ରିମକୋର୍ଟରେ ୫ଜଣିଆ ବି·ରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହା ଉପରେ ବି·ର କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାୟର ହୋଇଥିବା କ୍ୟୁରେଟିଭ୍‌ ଆବେଦନ ଉପରେ ଶୁଣାଣି କରି ଏପରି ନିଷ୍ପତ୍ତି ଶୁଣାଇଛନ୍ତି ।

ସୂଚନା ଅନୁସାରେ, ୧୯୮୪ ଭୋପାଳ ଗ୍ୟାସ ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ଆମେରିକୀୟ କମ୍ପାନୀ ୟୁନିଅନ କାର୍ବାଇଡ (ବର୍ତ୍ତମାନ “ଡୋ କେମିକାଲ୍ସ’ ମାଲିକାନାରେ) ଠାରୁ ଅତିରିକ୍ତ କ୍ଷତିପୂରଣ ଦାବି କରି କେନ୍ଦ୍ର ସରକାର ୨୦୧୦ରେ ଏକ କ୍ୟୁରେଟିଭ୍‌ ପିଟିସନ ଦାୟର କରିଥିଲେ । ଏହି ଆବେଦନରେ ୟୁନିୟନ କାର୍ବାଇଡରୁ ପ୍ରାୟ ୭୮୦୦ କୋଟି ଟଙ୍କା ଅତିରିକ୍ତ କ୍ଷତିପୂରଣ ଦାବି କରାଯାଇଥିଲା । ତେବେ କେନ୍ଦ୍ରର ଏହି ଆବେଦନକୁ ସୁପ୍ରିମକୋଟ ଖାରଜ କରିଦେଇଛନ୍ତି । ସୂଚନାଯୋଗ୍ୟ, ୧୯୮୪ ଡିସେମ୍ବର ୪ ତାରିଖ ରାତିରେ ଭୋପାଳ ସ୍ଥିତ କାର୍ବାଇଡ୍‌ କମ୍ପାନୀରୁ ବିଷାକ୍ତ ମିଥାଇଲ ଆଇସୋସାଇନେଟ୍‌ ଗ୍ୟାସ୍‌ ଲିକ୍‌ ହୋଇ ·ରିଆଡକୁ ବ୍ୟାପିଯାଇଥିଲା । ସେହି ସମୟରେ ରାତି ହୋଇଥିବାରୁ ଶୋଇଥିବା ଅବସ୍ଥାରେ ହିଁ ବିଷାକ୍ତ ଗ୍ୟାସ ଯୋଗୁଁ ପାଖାପାଖି ୧୬ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା । ହଜାର ହଜାର ଲୋକ ବିକଳାଙ୍ଗ ମଧ୍ୟ ହୋଇଯାଇଥିଲେ ।

Leave A Reply

Your email address will not be published.