ସମବାୟ ବିଭାଗରେ ୧୮୪ ଅଧିକାରୀଙ୍କୁ ନିଯୁକ୍ତ

0 151

ଭୁବନେଶ୍ୱର : ସମବାୟ ବିଭାଗରେ ୧୮୪ ଅଧିକାରୀଙ୍କୁ ଆଜି ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ଲୋକସେବା ଭବନରେ ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ନବନିଯୁକ୍ତ ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ୫-ଟି ନୀତି ଅନୁସରଣ କରି କାର୍ଯ୍ୟ କରିବା ପାଇଁ ନବନିଯୁକ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ବିଶେଷତଃ ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି, ଟିମ୍‌ ୱାର୍କ ଏବଂ ଟାଇମ୍‌ ଉପରେ ଗୁରୁତ୍ୱ ଦେବା ପାଇଁ ସେମାନଙ୍କୁ କହିଥିଲେ ।

ଏହି ୧୮୪ ଅଧିକାରୀଙ୍କ ମଧ୍ୟରୁ ୧୧୪ଜଣଙ୍କୁ କୋଅପରେଟିଭ୍‌ ଇନ୍ସପେକ୍ଟର ଭାବେ ନିଯୁକ୍ତି ମିଳିଥିବା ବେଳେ ୫୫ଜଣଙ୍କୁ ଅଡିଟର ଏବଂ ୧୫ଜଣ ଅଧିକାରୀଙ୍କୁ ପଣ୍ୟଗାର ନିଗମର ଆସିଷ୍ଟାଣ୍ଟ ମ୍ୟାନେଜର, ସୁପରିଣ୍ଟେଣ୍ଡେଣ୍ଟ ଏବଂ ଅତିରିକ୍ତ ସୁପରିଣ୍ଟେଣ୍ଡେଣ୍ଟ ଭାବେ ନିଯୁକ୍ତି ମିଳିଛି । ସମବାୟ ବିଭାଗକୁ ଏହି ନବନିଯୁକ୍ତ ଅଧିକାରୀମାନେ ନୂଆ ଶକ୍ତି ଯୋଗାଇବେ ବୋଲି କହିବା ସହିତ ଅଧିକାରୀଙ୍କ ନିଷ୍ଠା ଓ କାର୍ଯ୍ୟଦକ୍ଷତା ଯୋଗୁ ସମବାୟ ବିଭାଗର ବିକାଶ ହୋଇପାରିବ ବୋଲି ଆଶାପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ଫୁଡ ସପ୍ଲାଇ ଆଣ୍ଡ କଞ୍ଜ୍ୟୁମର ୱେଲଫେୟାର ଏବଂ କୃଷି ବିଭାଗ ମଧ୍ୟରେ ସମବାୟ ବିଭାଗ ସେତୁ ଭଳି କାର୍ଯ୍ୟ କରିବ ବୋଲି କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ୫-ଟି ସଚିବ ଭି.କେ.ପାଣ୍ଡିଆନ୍‌, ସମବାୟ ବିଭାଗର ପ୍ରମୁଖ ସଚିବ ସଞ୍ଜିବ ଚଢ଼ା ପ୍ରମୁଖ ଯୋଗଦେଇଥିଲେ ।

Leave A Reply

Your email address will not be published.