ମୁମ୍ବାଇ : ମହିଳା ପ୍ରିମିୟର ଲିଗରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଲଗାତାର ପରାଜୟ । ସ୍ମୃତି ମନ୍ଧନାଙ୍କ ନେତୃ•ତ୍ୱାଧୀନ ଦଳ କ୍ରମାନ୍ୱୟରେ ପଞ୍ଚମ ମ୍ୟାଚ୍ ପରାସ୍ତ ହୋଇଛି । ଅନୁଷ୍ଠିତ ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜର୍ସ ୬ ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ପରାଜିତ ହୋଇଛି । ଡବ୍ଲ୍ୟୁପିଏଲ୍ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ରୟାଲ ଚ୍ୟାଲେଞ୍ଜର୍ସ ୪ ୱିକେଟ୍ ହରାଇ ୧୫୦ ରନ୍ ସଂଗ୍ରହ କରିଥିଲା । ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୧୯.୪ ଓଭରରେ ୪ ୱିକେଟ୍ ହରାଇ ବିଜୟ ହାସଲ କରିଥିଲା ।
ଏହି ମ୍ୟାଚରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ରୟାଲ୍ ଚ୍ୟାଲେଞ୍ଜର୍ସର ଦୁଇ ଓପନର ସ୍ମୃତି ମନ୍ଧନା ଓ ସୋଫି ଡିଭାଇନ୍ ପ୍ରାରମ୍ଭରୁ ବିଫଳ ହୋଇଥିଲେ । ମନ୍ଧନା ୮ ଓ ସୋଫି ୨୧ ରନ କରି ଆଉଟ୍ ହୋଇଥିଲେ । ପ୍ରଥମ ୱିକେଟର ପତ୍ତନ ପରେ ବ୍ୟାଟିଂ କରିବାକୁ ଆସିଥିବା ଏଲିସ ପେରୀ ଦୃଢ ବ୍ୟାଟିଂ ଜାରି ରଖି ଅର୍ଦ୍ଧଶତକ ଅର୍ଜନ କରିବା ଫଳରେ ଦଳୀୟ ସ୍କୋର ୧୫୦ରେ ପହଞ୍ଚିଥିଲା । ସେ ୫୨ଟି ବଲରୁ ୪ଚୌକା ଓ ୫ଛକା ବଳରେ ଅପରାଜିତ ୬୭ ରନ୍ କରିଥିଲେ । ସେହିପରି ହିଥର ନାଇଟ୍ ୧୧ ଓ ରି· ଘୋଷ ୧୬ଟି ବଲରୁ ଦ୍ରୁତ ୩୭ ରନ ସଂଗ୍ରହ କରିଥିଲେ । ପେରୀ ଓ ରି·ଙ୍କ ମଧ୍ୟରେ ଚତୁର୍ଥ ୱିକେଟରେ ୭୪ ରନର ଭାଗିଦାରୀ ଗଠନ ହେବା ଫଳରେ ରୟାଲ୍ ଚ୍ୟାଲେଞ୍ଜର୍ସ ଲଢୁଆ ସ୍କୋର ସଂଗ୍ରହ କରିବାରେ ସଫଳ ହୋଇଥିଲା ।
ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଶିଖା ପାଣ୍ଡେ ୩ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ଟାରା ନୋରିସ ଗୋଟିଏ ୱିକେଟ ନେଇଥିଲେ । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସର ପ୍ରାରମ୍ଭରୁ ବ୍ୟାଟିଂ ବିପର୍ୟ୍ୟୟ ହୋଇଥିଲା । ୧ ରନରେ ପ୍ରଥମ ୱିକେଟ୍ ହରାଇଥିଲା ଦିଲ୍ଲୀ । ସେଫାଳି ବର୍ମା ଖାତା ଖୋଲିବା ପୂର୍ବରୁ ମେଗାନ ସ୍କଟଙ୍କ ବଲରେ ବୋଲ୍ଡ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଆଲିସ କ୍ୟାପ୍ସୀ ଅପରାଜିତ ମେଗ ଲ୍ୟାନିଂଙ୍କ ସହ ମିଶି ଦଳୀୟ ସ୍କୋରକୁ ୪୫ରେ ପହଞ୍ଚାଇଥିଲେ । କ୍ୟାପ୍ସୀ ୨୪ଟି ବଲରୁ ୮ଚୌକା ବଳରେ ୩୮ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ । ପରେ ଲ୍ୟାନିଂ ୧୫ ରନ୍ କରି ପାଭିଲିୟନ ଫେରିଥିଲେ । ପରେ ଜେମିମା ରୋଡ୍ରିଗ୍ସ ଓ ମାରିଜାନ କାପ୍ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୧୦୯ରେ ପହଞ୍ଚାଇଥିଲେ ।