ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ମୋଦୀ !

0 91

ନୂଆଦିଲ୍ଳୀ : ନୋବେଲ ପୁରସ୍କାର ରେସ୍‌ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନୋବେଲ କମିଟିର ଉପନେତା ଆସଲେ ଟୋଜେ କହିଛନ୍ତି ଯେ ନୋବେଲ ଶାନ୍ତି ପୁରସ୍କାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ସବୁଠାରୁ ବଡ ଦାବିଦାର । ଭାରରକୁ ଶାନ୍ତିର ଉତ୍ତାଧିକାରୀ ବୋଲି କହିବା ସହ ଏହା ଏକ ମହାଶକ୍ତି ହେବାକୁ ଯାଉଛି ବୋଲି ଟୋଜେ ମତ ରଖିଛନ୍ତି ।

ଏଥିସହ ସେ କହିଛନ୍ତି ବିଶ୍ୱରେ ଯୁଦ୍ଧର ଅବସାନ ଘଟାଇ ଶାନ୍ତି ପ୍ରତିଷ୍ଠା କରିବା କ୍ଷମତା ରଖୁଥିବା ନେତାଙ୍କ ମଧ୍ୟରେ ମୋଦୀ ହେଉଛନ୍ତି ସବୁଠାରୁ ବିଶ୍ୱସନୀୟ ନେତା । ବିଶ୍ୱର ପ୍ରତ୍ୟେକ ନେତା ଶାନ୍ତି ପାଇଁ କାର୍ଯ୍ୟ କରିବା ଉଚିତ୍‌ ଏବଂ ନରେନ୍ଦ୍ର ମୋଦୀଙ୍କ ପରି ଜଣେ ଶକ୍ତିଶାଳୀ ନେତାଙ୍କର ଏହା କରିବାର ଅଧିକ କ୍ଷମତା ଅଛି ବୋଲି ସେ କହିଛନ୍ତି । ଆସଲେ ଟୋଜେ ନରୱେ ନୋବେଲ କମିଟିର ଉପନେତା ଅଟନ୍ତି । ଏହି ନରୱେ ନୋବେଲ କମିଟି ହିଁ ଶାନ୍ତି ପୁରସ୍କାର ବିଜେତା ନିଷ୍ପତ୍ତି କରିଥାଏ ।

ଏହି କମିଟି ଭାରତରେ ପହଞ୍ଚିଛି ଏବଂ ଏବିପି ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ଆସଲେ ଟୋଜେ କହିଛନ୍ତି ଯେ ପିଏମ ମୋଦୀ ବିଶ୍ୱରେ ଶାନ୍ତିର ଅନ୍ୟତମ ବିଶ୍ୱସ୍ତ ଚେହେରା । ପ୍ରାୟ ଏକ ବର୍ଷ ଧରି ·ଲିଥିବା ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧକୁ ରୋକିବାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ଆସଲେ ଟୋଜେ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଜଣେ ଏପରି ନେତା ଯିଏ କେବଳ ଭାରତ ତଥା ଏହାର ଅର୍ଥନୀତିର ଉନ୍ନତିର ଯତ୍ନ ନେଉନାହାନ୍ତି ବରଂ ପୃଥିବୀର ବିଭିନ୍ନ କାର୍ଯ୍ୟରେ ସହଯୋଗ କରନ୍ତି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.