ଟ୍ୱିଟରରେ ଟ୍ରେଣ୍ଡ କରୁଛି “ଶଙ୍ଖ ମୋ ଗର୍ବ’

0 98

ଭୁବନେଶ୍ୱର : ଟ୍ୱିଟରରେ ଟ୍ରେଣ୍ଡକଲା “ଶଙ୍ଖ ମୋ ଗର୍ବ’ । ବିଜୁ ଜନତା ଦଳର ପ୍ରତୀକ ହେଉଛି ଶଙ୍ଖ ଚିହ୍ନ । ଶଙ୍ଖ ପାଲଟିଛି ସମୃଦ୍ଧର ପ୍ରତୀକ । ସୋସିଆଲ ମିଡିଆରେ ହଜାର ହଜାର ବିଜେଡି କର୍ମୀ ଓ ସମର୍ଥକ କରୁଛନ୍ତି ପୋଷ୍ଟ । ଶଙ୍ଖ ସହ ଯୋଡି ହୋଇଛି ଓଡ଼ିଶାର ସଂସ୍କୃତି । ଓଡ଼ିଶାବାସୀଙ୍କ ଆଶା, ଆକାଂକ୍ଷା ପୂରଣ ସହ ରାଜ୍ୟକୁ ବିକାଶ ପଥରେ ନେବା ଲକ୍ଷ୍ୟ ନେଇ ବିଜୁ ଜନତା ଦଳ ପ୍ରତିଷ୍ଠା ହୋଇଥିଲା ।

ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ବାବୁଙ୍କ ଆଦର୍ଶକୁ ପାଥେୟ କରି ବିଜେଡି ଇତି ମଧ୍ୟରେ ୨୫ ବର୍ଷ ଧରି ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରି ଆସୁଛି । କୌଣସି ରାଜନୈତିକ ଦଳ ପାଇଁ ଏହା ବହୁତ ବଡ଼ ଉପଲବ୍ଧି । କ୍ରମାଗତ ଭାବେ କ୍ଷମତାକୁ ଆସିବା ଏବଂ ଅଧିକାରୁ ଅଧିକ ଜନସମର୍ଥନ ଲାଭ କରିବା ପଛରେ ଏକମାତ୍ର ତତ୍ତ୍ୱ ହେଉଛି “ଜନତାର ଆଶା ଓ ଭରସା’, ଦୂରଦୃଷ୍ଟି, ଦକ୍ଷ, ଜନପ୍ରିୟ ଓ ସମ୍ବେଦନଶୀଳ ନେତୃତ୍ୱ ହିଁ ଏଭଳି ସିଦ୍ଧି ଲାଭ କରିପାରେ ।

ଜନସାଧାରଣ ଶାସନର ସଫଳତା ଓ ଦକ୍ଷତା ପରଖି ଜନାଦେଶ ଦେଇଥାନ୍ତି । ନବୀନବାବୁ ନୂଆ ରାଜନୈତିକ ପରି·ଳନା ସହିତ ଜାତୀୟ ସ୍ତରରେ କେତେକ ଅଭିନବ ପଦକ୍ଷେପ ଗ୍ରହଣ କରି ସମସ୍ତଙ୍କର ପ୍ରଶଂସା ଭାଜନ ହୋଇପାରିଛନ୍ତି । ନବୀନ ବାବୁଙ୍କ ଭଳି ସ୍ୱଳ୍ପଭାଷୀ, ନମ୍ର, ଶାନ୍ତ ଏବଂ ଭଦ୍ର ରାଜନେତା ସାରା ଭାରତବର୍ଷରେ ବିରଳ । ବିଗତ ୨୨ ବର୍ଷର ଓଡ଼ିଶାର ବିକାଶ ଯାତ୍ରାକୁ ଅନୁଧ୍ୟାନ କଲେ ସେଥିରେ ନବୀନ କେବଳ ବିପର୍ଯ୍ୟୟ ପରି·ଳନାରେ ନୁହେଁ; ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଏକାଧିକ ଯୋଜନା କାର୍ଯ୍ୟକାରୀ କରି ସଫଳ ହୋଇଛନ୍ତି ।

ବିଶେଷକରି ମହିଳା ସଶକ୍ତୀକରଣ କ୍ଷେତ୍ରରେ ନବୀନଙ୍କ ବିଭିନ୍ନ ଯୋଜନା ଫଳବତୀ ହେବା ସହ ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ରାଜ୍ୟରେ ସୁଶାସନ, ଜନକଲ୍ୟାଣ, ରୋଜଗାର ଯୋଗାଣ, ସ୍ୱାସ୍ଥ୍ୟସେବା, ଅର୍ଥନୈତିକ ବିକାଶ, ସାମାଜିକ କଲ୍ୟାଣ ଏବଂ ସମୟୋଚିତ ସେବା ଯୋଗାଣ ସହିତ ବିଶେଷକରି ଗରିବ, ଦଳିତ, କୃଷକ, ମହିଳା ଓ ଯୁବଗୋଷ୍ଠୀର କଲ୍ୟାଣ ସାଧନ ତାଙ୍କ ଶାସନର ମୁଖ୍ୟ ଉଦ୍ଦେଶ୍ୟ ଏବଂ ସେ ଏହାର ମାର୍ଗଦର୍ଶକ ସାଜିଛନ୍ତି ।

Leave A Reply

Your email address will not be published.