ମୁମ୍ବାଇ : ଦିଲ୍ଲୀ କ୍ୟାପିଟାଲ୍ସକୁ ମିଳିଲା ନୂତନ ଅଧିନାୟକ । ରିଷଭ ପନ୍ଥଙ୍କ ଅନୁପସ୍ଥିତିରେ ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ଦଳର ବରିଷ୍ଠ ଖେଳାଳି ଡେଭିଡ ୱାର୍ଣ୍ଣରଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଏହାସହିତ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି । ପୂର୍ବ ଦୁଇ ସିଜିନ୍ ଧରି ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ପଦ ସମ୍ଭାଳିଥିଲେ ରିଷଭ ପନ୍ତ । ଖବର ଅନୁଯାୟୀ, କାର୍ ଦୁର୍ଘଟଣାରେ ରିଷଭ୍ ପନ୍ତ ଗୁରୁତର ହୋଇଥିଲେ । ଡାକ୍ତର ତାଙ୍କୁ ଏବେ ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଛନ୍ତି ।
ଯାହାଫଳରେ ଆଗାମୀ ଆଇପିଏଲ୍ ସିଜିନରେ ପନ୍ତଙ୍କ ଖେଳିବା ଅସମ୍ଭବ । କେବଳ ଆଇପିଏଲ୍ ନୁହେଁ ବରଂ ଅନେକ ଦିନ ପାଇଁ କ୍ରିକେଟରୁ ଦୂରରେ ରହିବେ ପନ୍ତ । ତେବେ ଆଉ କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍ । ଯାହାଫଳରେ ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ ବରିଷ୍ଠ ଖେଳାଳିଙ୍କୁ ଦାୟିତ୍ୱ ଦିଆଯାଇଛି । ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର ଡେଭିଡ୍ ୱାର୍ଣ୍ଣରଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଏହାପରେ ଅକ୍ଷର ପଟେଲଙ୍କୁ ଉପ- ଅଧିନାୟକ ଦାୟିତ୍ୱ ମିଳିଛି । ତେବେ ଗତ କିଛି ଧରି ରିଷଭ ପନ୍ତଙ୍କ ଦୁର୍ଘଟଣା ପରେ ଡେଭିଡ୍ ୱାର୍ଣ୍ଣର ଅଧିନାୟକ ହେବା ନେଇ ଚର୍ଚ୍ଚା ·ଲିଥିଲା ।
ଟିମ୍ ନିର୍ଦ୍ଦେଶକ ସୌରଭ ଗାଙ୍ଗୁଲି ମଧ୍ୟ ଡେଭିଡ ୱାର୍ଣ୍ଣର ଅଧିନାୟକ ହେବା ନେଇ ସଙ୍କେତ ଦେଇଥିଲେ । ସେପଟେ ଅଧିନାୟକ ପଦ ମିଳିବା ପରେ ୱାର୍ଣ୍ଣର କହିଛନ୍ତି ଯେ, ପନ୍ତ ଦିଲ୍ଲୀ ପାଇଁ ଉଚ୍ଚତର ଖେଳ ପ୍ରଦର୍ଶନ ଜାରି ରଖିଛନ୍ତି । ପୁରା ଦଳ ତାଙ୍କୁ ମିସ୍ କରିବ । ଟିମ୍ ମ୍ୟାନେଜମେଣ୍ଟ ମୋ ଉପରେ ଭରସା କରିଥିବାରୁ ମୁଁ ଧନ୍ୟବାଦ ଦେଉଛି । ଯୁବ ଟିମ୍ର ନେତୃତ୍ୱ ନେବା ମୋ ପାଇଁ ଗର୍ବର ବିଷୟ ।