ଆମେରିକା ବିରୋଧରେ ଲଢ଼ିବା ଲାଗି ଉତ୍ତର କୋରିଆରେ ଅଦ୍ଭୁତ ଜାଗରଣ

0 92

ଓ୍ୱାଶିଂଟନ: ଆମେରିକା ବିରୋଧରେ ଲଢ଼ିବା ଲାଗି ଉତ୍ତର କୋରିଆରେ ଅଦ୍ଭୁତ ଜାଗରଣ । ସାମରିକ ବିଭାଗରେ ସାମିଲ ହେବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି ୮ ଲକ୍ଷରୁ ଅଧିକ ସ୍ବେଚ୍ଛାସେବୀ । ସେମାନଙ୍କ ମଧ୍ୟରେ ଅଛନ୍ତି ଛାତ୍ର, ଶ୍ରମିକ ଓ ଅନ୍ୟାନ୍ୟ ବର୍ଗର ଜନତା । ବାରମ୍ବାର ଆଣବିକ ସାମର୍ଥ୍ୟ ସମ୍ପନ୍ନ କ୍ଷେପଣାସ୍ତ୍ର ତଥା ଆନ୍ତଃମହାଦେଶୀୟ ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ କରି ଆମେରିକାର ରୋଷର କାରଣ ହୋଇଥିବା ଉତ୍ତର କୋରିଆର ଏହି ପ୍ରସ୍ତୁତି ଛନକା ସୃଷ୍ଟି କରିଛି । ଆମେରିକା ଓ ଦକ୍ଷିଣ କୋରିଆ ମଧ୍ୟରେ ଚାଲିଥିବା ମିଲିଟାରୀ ଡ୍ରିଲର ପ୍ରତିବାଦରେ ଗତ ଗୁରୁବାର ଉତ୍ତର କୋରିଆ ହ୍ବାସଙ୍ଗ-୧୭ ଆନ୍ତଃମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିଲା । କୋରିଆ ଓ ଜାପାନ ମଧ୍ୟସ୍ଥ ସମୁଦ୍ରରେ ଏହି ପରୀକ୍ଷଣ କରିବା ଯୋଗୁ ଉଦବେଗ ପ୍ରକାଶ କରିଥିଲେ ଜାପାନ ଓ ଦକ୍ଷିଣ କୋରିଆ ।

ଜାତିସଂଘ ନିରାପତ୍ତା ପରିଷଦର ଘୋଷଣାନାମା ଅନୁଯାୟୀ ଉତ୍ତର କୋରିଆର ବାଲିଷ୍ଟିକ ମିସାଇଲ ପରୀକ୍ଷଣକୁ ନିଷିଦ୍ଧ କରାଯାଇଥିଲେ ମଧ୍ୟ ତାହା ବାରମ୍ବାର ଅବମାନନା ହେଉଥିବାରୁ ଆମେରିକା, ଜାପାନ ଓ ଦକ୍ଷିଣ କୋରିଆ ବିରୋଧ କରିଆସୁଛନ୍ତି । ସେପଟେ ଗତ ସୋମବାରଠାରୁ ଆମେରିକା ଓ ଦକ୍ଷିଣ କୋରିଆ ମଧ୍ୟରେ ଆରମ୍ଭ ହୋଇଛି ୧୧ ଦିନିଆ ଫ୍ରିଡମ ସିଲଡ-୨୩ ମିଳିତ ସମରାଭ୍ୟାସ । ଏହି ସମରାଭ୍ୟାସ ଯୋଗୁ କୋରିଆ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଉଛି ବୋଲି କହିଛନ୍ତି ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ ଉନ୍ ।

Leave A Reply

Your email address will not be published.