ଇତିହାସ ରଚିଲେ ଭାରତୀୟ ଟେନିସ୍‌ ଷ୍ଟାର ରୋହନ ବୋପନ୍ନା

0 89

ନୂଅ।ଦିଲ୍ଲୀ: ଭାରତର ଷ୍ଟାର ଟେନିସ ଖେଳାଳି ରୋହନ ବୋପନ୍ନା ବିଏମପି ପରିବାସ ଓପନ ଟେନିସ ଟୁର୍ଣ୍ଣାମେଣ୍ଟରେ ନିଜ ଅଷ୍ଟ୍ରେଲିଅ। ସହଯୋଗୀଙ୍କ ସହ ମିଶି ପୁରୁଷ ଡବଲ୍ସ ଟାଇଟଲ୍‌ ବିଜୟୀ ହୋଇଛନ୍ତି । ଏହାସହ ଏଟିପି ମାଷ୍ଟର୍ସ ୧୦୦୦ ଟୁର୍ଣ୍ଣାମେଣ୍ଟ ବିଜୟୀ ହେବାରେ ସବୁଠୁ ବୟସ୍କ ଖେଳାଳି ହୋଇଛନ୍ତି ।

ରୋହନ ବୋପନ୍ନାଙ୍କ ବର୍ତ୍ତମାନ ବୟସ ୪୩ ବର୍ଷ । ରୋହନ ବୋପନ୍ନା ଏବଂ ଅଷ୍ଟ୍ରେଲିଆର ଏବଡେନ ଶନିବାର ଇନାଲରେ ଶୀର୍ଷ ମାନ୍ୟତାପ୍ରାପ୍ତ ନେଦରଲ୍ୟାଣ୍ଡର ୱେସ୍ଲେ କୁଲହୋଫ୍‌ ଏବଂ ବ୍ରିଟେନର ନୀଲ ସ୍କୁପସ୍କିଙ୍କ ଯୋଡିକୁ ୬-୩, ୨-୬, ୧୦-୮ରେ ପରାସ୍ତ କରିଥିଲେ । ନିଜର ୧୦ ଏଟିପି ମାଷ୍ଟର୍ସ ୧୦୦୦ ଫାଇନାଲ ଖେଳିଥିବା ବୋପନ୍ନା କହିଛନ୍ତି,’ବାସ୍ତାରେ ଏହା ସ୍ୱତନ୍ତ୍ର ।

ଏଥିପାଇଁ ଏହାକୁ ଟେନିସର ସ୍ୱର୍ଗ ବୋଲି କୁହାଯାଏ । ଅନେକ ବର୍ଷରୁ ମୁଁ ଏଠାକୁ ଆସୁଛି ଏବଂ ଲୋକେ ଟାଇଟଲ ଜିତିବା ଦେଖି ଆସୁଛି । ମୁଁ ପ୍ରକୃତରେ ବହୁତ ଖୁସି ଯେ ମୁଁ ଏବଂ ମେଟ୍‌ ଏଠାରେ ଟାଇଟଲ ଜିତିବାରେ ସଫଳ ହୋଇଛୁ’ । ଦୀର୍ଘ ଦିନରୁ ମିକ୍ସଡ ଡବଲ୍ସରେ ସାନାଆ ମିର୍ଜାଙ୍କ ସହ ମିଶି ଅନେକ ଟୁର୍ଣ୍ଣାମେଣ୍ଟ ଖେଳିଥିବା ବୋପନ୍ନା କହିଛନ୍ତି, “ଅ ।ମେ କଡ଼ା ଏବଂ ରୋମାଞ୍ଚକର ମୁକାବିଲା ମ୍ୟାଚ୍‌ ଖେଳିଛୁ ।

ଆଜି ଆମ ମୁକାବିଲା ବର୍ତ୍ତମାନର ସର୍ବଶ୍ରେଷ୍ଠ ଟିମ୍‌ ସହ ଥିଲା । ମୁଁ ବାସ୍ତବରେ ବହୁତ୍‌ ଖୁସି ଅଛି । ବୋପନ୍ନା ଏହି ବିଜୟ ସହ କାନାଡାର ଡେନିୟଲ ନେଷ୍ଟରଙ୍କୁ ପଛରେ ପକାଇଛନ୍ତି । ନେଷ୍ଟର ୨୦୧୫ରେ ସିନସିନାଟି ମାଷ୍ଟର୍ସରେ ୪୨ ବର୍ଷ ବୟସରେ ଟାଇଟଲ ବିଜୟୀ ହୋଇଥିଲେ ।

Leave A Reply

Your email address will not be published.