ମରଣଯନ୍ତା ପାଲଟିଛି ବଉଳକୁଦପତି ସାହି ରାସ୍ତା

0 87

କଟକ : କଟକ ସଦର ୪୨ ମୌ଼ଜା ବଉଳକୁଦ ଗ୍ରାମର ପତି ସାହି ରୋଡ଼ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଯୋଗୁ ନାଳ ପାଣି ମୁଖ୍ୟ ରୋଡ଼ ଉପରେ ଚାଲୁଛି । ପ୍ରକାଶଥାଉକି ପତି ସାହି ରୋଡ଼ ୧୦ ବର୍ଷ ପୂରଣ ହୋଇନଥିବା ସତ୍ତେ୍ୱ ମଧ୍ୟ ନିମ୍ନ ମାନର କାମ ଯୋଗୁ ଉକ୍ତ ରାସ୍ତାଟି ଭାଙ୍ଗି ଯାଇଛି ଯାହା ବର୍ତ୍ତମାନ ମରଣଯନ୍ତା ପାଲଟିଛି । ୧ ଶହରୁ ଉର୍ଦ୍ଧ ପରିବାର ଉକ୍ତ ରୋଡ଼କୁ ବ୍ୟବହାର କରି ଯାତାୟତ କରନ୍ତି । କିନ୍ତୁ ବର୍ଷା ଟିକେ ହେବାଯୋଗୁ ନାଳ ପାଣି ଉଠି ରୋଡ଼ ମଧ୍ୟରେ ଚାଲୁଛି ।

ମଶା ମାଛି ମାନଙ୍କର ବହୁ ପରିମାଣ ରେ ଦେଖିବାକୁ ମିଳୁଛି ଯାହା ମ୍ୟାଲେରିଅ ।, ଡେଙ୍ଗୁ ଓ ଚର୍ମ ରୋଗ ଭଳି ରୋଗ ବ୍ୟାପିବାର ଆଶଙ୍କା ସୃଷ୍ଟି ହେଉଛି ଓ ଅପରିଷ୍କାର ନର୍ଦମା ପାଣି ଲୋକମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପ୍ରତି ପ୍ରଶ୍ନବାଚି ସୃଷ୍ଟି ହେଉଛି । ଜିଲ୍ଲାପାଳ ଓ ସଦର ବିଡିଓଙ୍କୁ ଉକ୍ତ ରୋଡ଼କୁ ତୁରନ୍ତ ପୁନଃ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.