ରୋହିତ-ଦ୍ରାବିଡଙ୍କୁ ଦିନେଶ କାର୍ତ୍ତିକଙ୍କ ଉପଦେଶ

0 103

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ମଧ୍ୟକ୍ରମ ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କ ଦିନିକିଅ । ଅନ୍ତର୍ଜାତୀୟରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । ଏ ପର୍ଯ୍ୟନ୍ତ ତାଙ୍କୁ ୨୨ ଦିନିକିଆ ମ୍ୟାଚ୍‌ ଖେଳିବାକୁ ସୁଯୋଗ ମିଳିଥିଲେ ହେଁ ତାଙ୍କର ଖରାପ ଫର୍ମ ଦଳ ପାଇଁ ବର୍ତ୍ତମାନ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆଇସିସି ଟି-୨୦ ଅନ୍ତର୍ଜାତୀୟ ବ୍ୟାଟର ରାଙ୍କିଙ୍ଗରେ ଶୀର୍ଷରେ ଥିବା ସୂର୍ଯ୍ୟକୁମାର ଅଷ୍ଟ୍ରେଲିଆ ।

ବିପକ୍ଷ ପ୍ରଥମ ଦୁଇଟି ଦିନିକିଆରେ ପ୍ରଥମ ବଲ୍‌ରେ ହିଁ ଆଉଟ୍‌ ହୋଇଛନ୍ତି । ୨୨ ଦିନିକିଆ ମ୍ୟାଚ୍‌ରେ ୨୦ଟି ଇନିଂସରେ ସୂର୍ଯ୍ୟକୁମାର ୨୫.୪୭ ହାରରେ ମାତ୍ର ୪୩୩ ରନ୍‌ କରିଛନ୍ତି । ଏଥିରେ କେବଳ ଦୁଇଟି ଅର୍ଦ୍ଧଶତକ ସାମିଲ୍‌ । ଦଳରେ ସୂର୍ଯ୍ୟକୁମାର ଯାଦବଙ୍କୁ କେମିତି ଉପଯୋଗ କରାଯାଇ ପାରିବ ସେ ନେଇ ଭାରତୀୟ ଦଳର ବରିଷ୍ଠ ୱିକେଟ୍‌ କିପର ବ୍ୟାଟର ଦିନେଶ କାର୍ତ୍ତିକ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଏବଂ ଅଧିନାୟକ ରୋହିତ ଶର୍ମାଙ୍କୁ ଖାସ୍‌ ଉପଦେଶ ଦେଇଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତର ୧୦ ୱିକେଟ୍‌ ପରାଜୟ ପରେ କ୍ରିକବଜ୍‌ ସହ ଆଲୋଚନା ବେଳେ ଦିନେଶ କାର୍ତ୍ତିକ କହିଛନ୍ତି, ଏହି ଧରଣର ବଲ୍‌ରେ ବି ସେ ଟି-୨୦ ମୁକାବିଲାରେ ଆଉଟ୍‌ ହୋଇଥାନ୍ତେ । ଏମିତି ନାହିଁ ଯେ ଦିନିକିଅ । ମ୍ୟାଚ୍‌ରେ ସେ ଏମିତି ଆଉଟ୍‌ ହେଉଛନ୍ତି । ସେ ଯେ କୌଣସି ଫର୍ମାଟ୍‌ ହେଉନା କାହିଁକି ଏହା ଉଚ୍ଚକୋଟୀର ବୋଲିଂ ପ୍ରଦର୍ଶନ ଥିଲା । ସୂର୍ଯ୍ୟ ଲଗାତାର ଦୁଇଟି ଦିନିକିଆ ଖେଳିଥିଲେ ହେଁ ପୂର୍ବରୁ ଚୂଡାନ୍ତ ଏକାଦଶରେ ସାମିଲ୍‌ ହୋଇଛନ୍ତି ଏବଂ ବାଦ୍‌ ବି ପଡିଛନ୍ତି ।

କାରଣ ନମ୍ବର ୪ରେ ବ୍ୟାଟର ଭାବେ ଶ୍ରେୟସ ଆୟର ଦଳର ପ୍ରଥମ ପସନ୍ଦ । ଆଉ ସୂର୍ଯ୍ୟ ତାଙ୍କର ବ୍ୟାକ୍‌ ଅପ୍‌ ଖେଳାଳି ଭାବେ ଖେଳୁଛନ୍ତି । ଦିନେଶ କାର୍ତ୍ତିକ କହିଛନ୍ତି, ମୁଁ ଦିନିକିଆରେ ସୂର୍ଯ୍ୟକୁମାରଙ୍କୁ ବ୍ୟାଟିଂ କ୍ରମରେ ନିମ୍ନ ଅର୍ଡରରେ ବ୍ୟାଟିଂ କରିବାକୁ ଦେଖିବାକୁ ଚାହିଁବି । ମୋ ମତରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପର ଅର୍ଡରରେ ଅର୍ଥାତ ନମ୍ବର ୪ରେ ବ୍ୟାଟିଂ ପାଇଁ ପଠାଯିବା ଉଚିତ୍‌ । କେଏଲ ରାହୁଲ ନମ୍ବର ୫ ଏବଂ ପୁଣି ସୂର୍ଯ୍ୟକୁମାର ଯାଦବଙ୍କୁ ନମ୍ବର ୬ରେ ପଠାଯାଇ ପାରିବ ।

କାରଣ ଯେବେ ଆପଣ ସୂର୍ଯ୍ୟ କୁମାରଙ୍କୁ ୧୫-୧୮ ଓଭର ବୋଲିଂ କରିବାକୁ ଦେବେ ତେବେ ଆପଣ ଜାଣିଛନ୍ତି ସେ କିଭଳି ମ୍ୟାଚ୍‌ ପଲଟାଇ ଦିଅନ୍ତି । ଯଦି ଆପଣ ସୂର୍ଯ୍ୟଙ୍କୁ କମ୍‌ ଓଭର ବୋଲିଂ କରିବାକୁ ଦେବେ ସେ ଅଧିକ ବିପଦଜ୍ଜନକ ସାବ୍ୟସ୍ତ ହୋଇ ପାରନ୍ତି ।

Leave A Reply

Your email address will not be published.