ଆଜି ଭାରତ-ଅଷ୍ଟ୍ରେଲିଆ ଶେଷ ଦିନିକିଆ

0 125

ଚେନ୍ନାଇ: ଆଜି ଭାରତ- ଅଷ୍ଟ୍ରେଲିଆ ଶେଷ ଦିନିକିଆ । ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି । ୩ ଟିକିଆ ସିରିଜ ୧-୧ରେ ବରାବର ରହିଥିବାବେଳେ ଆଜି ମ୍ୟାଚ ଜିତି ଉଭୟ ଦଳ ସିରିଜ ବିଜୟ ଲାଭ କରିବାକୁ ଚେଷ୍ଟା କରିବେ । ଆଜି ଶେଷ ଦିନିକି   ଚେନ୍ନାଇରେ ଦିନ ସାଢେ ଗୋଟାଏରେ ଖେଳାଯିବ । ଏହି ତିନି ଟିକିଆ ସିରିଜର ପ୍ରଥମ ମ୍ୟାଚରେ ଦମଦାର ବିଜୟ ଲାଭ କରିଥିଲା ଟିମ୍ ଇଣ୍ଡିଆ । ତେବେ ଦ୍ୱିତୀୟ ଦିନିକିଆରେ ଶୋଚନୀୟ ପରାଜୟ ବରଣ କରିଥିଲା ଭାରତ ।

ଦ୍ୱିତୀୟ ଦିନିକିଆରେ ଶୋଚନୀୟ ପରାଜୟ ପରେ ଆଜି ଦଳରେ କିଛିଟା ପରିବର୍ତ୍ତନ କରିପାରେ ଭାରତ । ଖରାପ ପ୍ରଦର୍ଶନ ପାଇଁ କେତେଜଣ ଖେଳାଳି ବାଦ ପଡ଼ିପାରନ୍ତି । ପୂର୍ବ ମ୍ୟାଚର ଦୋଷ ସଜାଡ଼ି ଆଜି ସିରିଜ କବଜା କରିବାକୁ ଉଦ୍ୟମ କରିବ ଟିମ ଇଣ୍ଡିଆ  । ସେପଟେ ଦ୍ବିତୀୟ ଦିନିକିଆରେ ଦମଦାର ପ୍ରଦର୍ଶନ କରି ଭ୍ରମଣକାରୀ ଦଳର ମନୋବଳ ଦୃଢ ରହିଛି । ଆଜି ଶେଷ ଦିନିକିଆରେ ମଧ୍ୟ ଭଲ ପ୍ରଦର୍ଶନ କରି ସିରିଜକୁ ନିଜ ନାମରେ କରିବାକୁ ଚେଷ୍ଟା କରିବ ଅଷ୍ଟ୍ରେଲିଆ ।

Leave A Reply

Your email address will not be published.