ଆଜିଠୁ ଆଇପିଏଲ ମହାସମର : ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଗୁଜରାଟ- ଚେନ୍ନାଇ

0 163

ଅହମ୍ମଦାବାଦ : ଆଜିଠାରୁ ଆରମ୍ଭ ହେଉଛି ଫଟାଫଟ କ୍ରିକେଟ । ସ୍ଲାମବାଙ୍ଗ୍ କ୍ରିକେଟର ସବୁଠାରୁ ଗ୍ଲାମରସ୍ ଇଭେଂଟ୍ ଆଇପିଏଲର ୧୬ ତମ ସଂସ୍କରଣ । ୧୦ଟି ଟିମ ଭିତରେ ଲାଗିବ ଟକ୍କର  । ଦେଶର ୧୨ଟି ଷ୍ଟାଡିୟମରେ ୫୨ ଦିନ ପର୍ଯ୍ୟନ୍ତ ୭୦ ଲିଗ ସହିତ ମୋଟ ୭୪ଟି ମ୍ୟାଚ ହେବ । ୧୮ଟି ଡବଲ ହେଡର ଅର୍ଥାତ ଗୋଟିଏ ଦିନରେ ଦୁଇଟି ଲେଖାଏ ମ୍ୟାଚ ରହିଛି । ଦୁଇଟି ଗ୍ରୁପରେ ୫ଟି ଲେଖାଏ 10ଟି ଟିମ୍ ରହିଛନ୍ତି  ।

ଗ୍ରୁପ ଏରେ ମୁମ୍ବାଇ ଇଣ୍ଡିଆନସ , କୋଲକାତା ନାଇଟ ରାଇଡର୍ସ, ରାଜସ୍ଥାନ ରୟାଲସ୍, ଦିଲ୍ଲୀ କ୍ୟାପିଟାଲସ୍ ଓ ଲକ୍ଷ୍ନୌ ସୁପର ଜିଆଂଟସ୍ ରହିଥିବାବେଳେ ଗ୍ରୁପ ବିରେ ରହିଛନ୍ତି ଚେନ୍ନାଇ ସୁପରକିଙ୍ଗସ, ସନରାଇଜର୍ସ ହାଇଦ୍ରାବାଦ, ରୟାଲ ଚାଲେଞ୍ଜର୍ସ ବେଙ୍ଗାଳୁରୁ, ପଂଜାବ କିଙ୍ଗସ ଓ ଗୁଜରାଟ ଟାଇଟାନସ୍ । ଆଜି ଉଦଘାଟନୀ ମୁକାବିଲାରେ ମୁହାଁମୁହିଁ ହେବେ ଗତ ଥରର ବିଜେତା ଗୁଜରାଟ ଟାଇଟାନସ ଓ ଚେନ୍ନାଇ ସୁପରକିଙ୍ଗସ । ସନ୍ଧ୍ୟା ସାଢେ ୭ଟାରେ ଅହମ୍ମଦାବାଦରେ ଖେଳାଯିବ ମ୍ୟାଚ । ମେ ୨୮ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

Leave A Reply

Your email address will not be published.