କୋଟିଆ ପ୍ରତି କରିଥିବା ଅବହେଳାକୁ ଘୋଡାଉଛି ବିଜେପି : ବିଜେଡି

0 98

ଭୁବନେଶ୍ୱର: କୋଟିଆ ପ୍ରତି କରିଥିବା ଅବହେଳାକୁ ଘୋଡାଉଛି ବିଜେପି । କୋଟିଆ ପ୍ରସଙ୍ଗରେ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ଦେଇଥିବା ବିବୃତିରୁ ଏହା ଜଳ ଜଳ ହୋଇ ଦିଶୁଛି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ । ପୃଥ୍ବୀରାଜ ହରିଚନ୍ଦନଙ୍କ ବାପା ଯେତେବେଳେ ଆନ୍ଧ୍ରର ରାଜ୍ୟପାଳ ଥିଲେ ସେ ଥରୁଟିଏ ବି କେବେ କୋଟିଆ କଥା ଉଠାଇଥିଲେ କି ବୋଲି ପ୍ରଶ୍ନ କରିଛି ବିଜେଡି ।

ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଥିବାବେଳେ ବିଶ୍ୱଭୂଷଣ ହରିଚନ୍ଦନ ଚାହିଁଥିଲେ ଏହି ସମସ୍ୟାର ସମାଧାନ କରିପାରିଥାନ୍ତେ । ମାତ୍ର ସେ କେବେ ଏଥିପାଇଁ ଉଦ୍ୟମ କରିଥିଲେ କି ? ତେଣୁ କୋଟିଆକୁ ନେଇ ଶସ୍ତା ରାଜନୀତି କରିବା ଆଗରୁ ହରିଚନ୍ଦନଙ୍କୁ ଲଜ୍ଜା ଲାଗିବା ଉଚିତ୍ । ଓଡିଶା ସରକାର କେବଳ କୋଟିଆ ପଞ୍ଚାୟତରେ ୧୬୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଉନ୍ନୟନମୂଳକ କାର୍ଯ୍ୟ କରିଛନ୍ତି ।

ରାସ୍ତାଘାଟ, ସ୍କୁଲରୁ ନେଇ ହସ୍ପିଟାଲ ପର୍ଯ୍ୟନ୍ତ ସବୁ କାମ କରାଯାଇଛି । ଏହାପରେ ବି ବିଜେପି ନେତାମାନଙ୍କୁ କିଛି ଦେଖାଗଲାନି । ଏଥିରୁ ଜଣାପଡୁଛି ଯେ ରାଜ୍ୟର ବିଜେପିର ନେତାମାନେ ଏବେ ଦୃଷ୍ଟିଦୋଷରେ ପୀଡିତ ବୋଲି ବିଜେଡି କହିଛି । କୋଟିଆ ଭଳି ସ୍ପର୍ଶକାତର ପ୍ରସଙ୍ଗରେ ନିମ୍ନମାନର ରାଜନୀତି ନକରି ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରନ୍ତୁ ବୋଲି ଇପସିତା ସାହୁ କହିଛନ୍ତି ।

Leave A Reply

Your email address will not be published.