ଦିଲ୍ଲୀରେ ପୁଣି ବିରୋଧୀ ମେଳି, ଏକାଠି ହେବେ ୧୪ ଅଣ ବିଜେପି ଦଳର ନେତା

0 93

ନୂଆଦିଲ୍ଲୀ : ଆଗାମୀ ୨୦୨୪ରେ ହେବାକୁ ଯାଉଥିବା ଲୋକ ସଭା ନିର୍ବାଚନକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟକ୍କର ଦେବାକୁ ବିରୋଧୀ ପୁଣିଥରେ ଏକାଠି ହେବାକୁ ଯାଉଛନ୍ତି । ସୋମବାର ଦିଲ୍ଲୀରେ ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନଙ୍କ ନେତୃତ୍ୱରେ ମହାସଭା ହେବାକୁ ଯାଉଛି ।

ଏଥିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଠାରୁ ଆରମ୍ଭ କରି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହିମନ୍ତ ସୋରେନ ଆରଜେଡି ଅଧ୍ୟକ୍ଷ ତେଜସ୍ୱୀ ଯାଦବଙ୍କ ପର୍ଯ୍ୟନ୍ତ ବିରୋଧି ଦଳର ଟପ ନେତାଙ୍କୁ ଏକାଠି ଦେଖିବାକୁ ମିଳିବ ।

ଏନଡିଟିଭିର ସୂଚନା ଅନୁଯାୟୀ, ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ମହାସଭାରେ ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରିୱାଲ, ଟିଏମସି ଅଧ୍ୟକ୍ଷ ମମତା ବାନାର୍ଜୀ ଓ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଓ ବିଆରଏସ ଅଧ୍ୟକ୍ଷ କେ. ଚନ୍ଦ୍ରଶେଖର ରାଓ ବି ସେମାନଙ୍କ ପ୍ରତିନିଧିଙ୍କୁ ଏହି ସମ୍ମିଳନିରେ ଭାଗ ନେବାକୁ କହିଛନ୍ତି । କୁହାଯାଉଛି କି ଏମାନେ ଭିଡିଓ କନଫରେନସିଂ ମାଧ୍ୟମରେ ଏହି ମହାସଭା ସହ ଯୋଡି ହେବ, ସେମିତି ଏମକେ ଷ୍ଟାଲିନ ଅଫଲାଇନ ଭାଷଣ ଦେବେ ।

Leave A Reply

Your email address will not be published.