ସିକ୍କିମରେ ହିମସ୍ଖଳନ; ୬ ମୃତ, ବରଫ ତଳେ ଫସିରହିଛନ୍ତି ଅନେକ ପର୍ଯ୍ୟଟକ

0 109

ନାଥୁଲା: ସିକ୍କିମର ନାଥୁଲା ସୀମା ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ହିମସ୍ଖଳନ ହୋଇଛି । ହିମସ୍ଖଳନ ଯୋଗୁଁ ୬ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୫୦ ଜଣ ପର୍ଯ୍ୟଟକ ଫସି ରହିଥିବା ଆଶଙ୍କା କରାଯାଉଛି ।

ବର୍ଡର ରୋଡସ୍ ଅର୍ଗାନାଇଜେସନ୍ (ବିଆରଓ) ଅନୁସାରେ ୧୪ ଜବାହରଲାଲ ନେହେରୁ ରୋଡ୍ ନିକଟରେ ହୋଇଛି । ଯାହା ଗାଙ୍ଗଟକରୁ ନାଥୁଲା ପାସକୁ ସଂଯୋଗ କରିଥାଏ । ଏପର୍ଯ୍ୟନ୍ତ ୨୨ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅପରପକ୍ଷେ ବରଫ ତଳେ ଫସି ରହିଥିବା ଜଣେ ମହିଳାଙ୍କୁ ପ୍ରାୟ ଦେଢ ଘଣ୍ଟା ପରେ ଉଦ୍ଧାର କରାଯାଇଥିଲା । ତେବେ ରାସ୍ତାରୁ ବରଫ ସଫା କରିବା ପରେ ୮୦ଟି ଗାଡ଼ି ସହ ଫସି ରହିଥିବା ୩୫୦ରୁ ଉର୍ଦ୍ଧ୍ୱ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିଲା। ଫସି ରହିଥିବା ଅନ୍ୟ ପର୍ଯ୍ୟଟକଙ୍କୁ ଉଦ୍ଧାର ପାଇଁ ଚାଲିଛି ରେସ୍କ୍ୟୁ ଅପରେସନ୍ ।

Leave A Reply

Your email address will not be published.