ଭାଇଜାନଙ୍କୁ ଭେଟିବା ପୂର୍ବରୁ ବାଧ୍ୟତାମୂଳକ ହେଲା ଏହି ସବୁ ନିୟମ

0 108

ବିପଦରେ ଭାଇଜାନଙ୍କ ଜୀବନ ! ବଲିଉଡର ଭାଇଜାନ ସାଲମାନଙ୍କୁ ହତ୍ୟା ଧମକକୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା । ତେବେ ଥରେ ନୁହେଁ, ସାଲମାନଙ୍କ ବାରମ୍ବାର ଏପରି ଧମକ ମିଳିବା ପରେ ସୁରକ୍ଷା ପାଇଁ ପ୍ରସ୍ତୁତ ହୋଇଛି ମୁମ୍ବାଇ ପୋଲିସ। ଦ୍ୱିତୀୟ ଥର ଭାଇଜାନଙ୍କୁ ହତ୍ୟା ଧମକ ମିଳିବା ପରେ ପୋଲିସ ଏବେ ସୁରକ୍ଷାକୁ ନେଇ ହାଇ ଆଲର୍ଟରେ ରହିଛି ।

ସାଲମାନଙ୍କ ନୂଆ ଚଳଚ୍ଚିତ୍ର ‘କିସି କା ଭାଇ କିସି କା ଜାନ୍’ର ଟ୍ରେଲର ଲଞ୍ଚ ଇଭେଣ୍ଟରେ ସମସ୍ତ ଆଇଡି କାର୍ଡ ଯାଞ୍ଚ କରାଯାଇଛି । ତେବେ ଏହି ପ୍ରକ୍ରିୟା ଭାଇଜାନଙ୍କର ସମସ୍ତ ଇଭେଣ୍ଟରେ ଜାରି ରହିବ ବୋଲି କହିଛି ମୁମ୍ବାଇ ପୋଲିସ ।ଏଣିକି ସାଲମାନଙ୍କୁ ଭେଟି ଆଲିଙ୍ଗନ କରିବା ସେତେଟା ସହଜ ହେବନାହିଁ । ଆଗକୁ ସାଲମାନ ଖାନଙ୍କୁ ଆଲିଙ୍ଗନ କରିବା ପାଇଁ ହେଲେ ଆଧାର କାର୍ଡ ଯାଞ୍ଚ କରାଯିବ । ଆଗକୁ ସାଲମାନଙ୍କ ପ୍ରତ୍ୟେକ ଇଭେଣ୍ଟରେ ମୁମ୍ବାଇ ପୋଲିସ ଏଭଳି ଯାଞ୍ଚ କରିବ ବୋଲି ଜଣାଯାଇଛି । ଆଗାମୀ ୧୬ ତାରିଖରେ ମୁମ୍ବାଇର ବାବା ସିଦ୍ଦିକି ଇଫତାର ପାର୍ଟି ଆୟେଜନ କରିଥିବା ବେଳେ ଏଥିରେ ସାଲମାନଭ୍କ ସହ ଶାହରୁଖ ମଧ୍ୟ ଯୋଗ ଦେଇପାରନ୍ତି । ଏଥିପାଇଁ ମୁମ୍ବାଇ ପୋଲିସ ଏହି ଉତ୍ସବ ସହ ସମ୍ପୃକ୍ତ ସମସ୍ତ ବ୍ୟକ୍ତି ଥଥା ସମ୍ଭାବ୍ୟ ପରିଦର୍ଶକଙ୍କ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି ।

 

ଆଉ ଏଭଳି ହତ୍ୟା ଧମକ ବାରମ୍ବାର ମିଳିବା ପରେ ସଲମାନ ଖାନ୍ ବିଦେଶରୁ ଏକ ବୁଲେଟପ୍ରୁଫ୍ ଏସୟୁଭି (NISSAN PATROL) ଗାଡି କିଣିଛନ୍ତି । ନିଜର ସୁରକ୍ଷା ପାଇଁ ସଲମାନ ଏହି ବୁଲେଟପ୍ରୁଫ୍ ଗାଡି କିଣିଥିବା ନେଇ ବି ଟାଉନରେ ଚର୍ଚ୍ଚା ହେଇଛି। ସଲମାନ ଖାନଙ୍କୁ ପୂର୍ବରୁ ହିଁ ୱାଇ-ପ୍ଲସ ସୁରକ୍ଷା ମିଳିଛି । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ସୁରକ୍ଷାରେ ଯେପରି କୌଣସି ତ୍ରୁଟି ନହେବ ସେଥିପାଇଁ ନିସାନ କମ୍ପାନିର ପାଟ୍ରୋଲ ମଡେଲର ଏସୟୁଭି ଗାଡି ବିଦେଶରୁ ଇମ୍ପୋଟ କରିଛନ୍ତି । ଏହି ଗାଡି ଭାରତରେ ବିକ୍ରି ହେଉନାହିଁ । ତେଣୁ ଏହାକୁ ବିଦେଶରୁ ମଗାଇଛନ୍ତି ସଲମାନ । ଯାହାଦ୍ୱାରା ଏହି ଗାଡିରେ ମୁମ୍ବାଇ ରାସ୍ତାରେ ବିନା ଭୟରେ ଯାତାୟତ କରିପାରିବେ ସଲମାନ ।

Leave A Reply

Your email address will not be published.