କେରଳ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ, ଗୁଇନ୍ଦା ବିଭାଗର ଛାନଭିନ୍

0 118

 

: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ । ପ୍ରଧାନମନ୍ତ୍ରୀଙ୍କ କେରଳ ଗସ୍ତ ସମୟରେ ଆତ୍ମଘାତୀ ଆକ୍ରମଣ ହେବା ନେଇ ଧମକପୂର୍ଣ୍ଣ ଚିଠି ମିଳିଛି ।

ବିଜେପି ରାଜ୍ୟ କାର୍ଯ୍ୟଳୟକୁ ଏହି ଚିଠି ଆସିଛି । ଏନେଇ ସୂଚନା ପାଇବା ପରେ କେରଳ ପୋଲିସ ଓ ଗୁଇନ୍ଦା ବିଭାଗ ତଦନ୍ତ ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ କେରଳ ଗସ୍ତ କରିବା ସମୟରେ ଆତ୍ମଘାତୀ ଆକ୍ରମଣ ହେବା ନେଇ ଚିଠିରେ ଉଲ୍ଲେଖ ରହିଛି । ଏର୍ଣ୍ଣାକୁଲମ ବାସିନ୍ଦା ଜୋସେଫ ଜନ ନାଡୁମୁଥାମିଲଙ୍କ ନାମରେ ଏହି ଚିଠି ଆସିଛି । ଆସନ୍ତା 24 ତାରିଖ ସୋମବାର ଦିନ ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ କେରଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ସେ ଅନେକ କାର୍ଯ୍ୟକ୍ରମରେ ସାମିଲ ହେବେ । ତେବେ ତାଙ୍କର ଗସ୍ତ ପୂର୍ବରୁ ବିଜେପି କାର୍ଯ୍ୟାଳୟକୁ ଧମକପୂର୍ଣ୍ଣ ଚିଠି ମିଳିଛି ।

ପୋଲିସର ସୂଚନା ଅନୁଯାୟୀ, ସପ୍ତାହେ ପୂର୍ବରୁ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ଏହି ଧମକପୂର୍ଣ୍ଣ ଚିଠି ମିଳିଥିଲା । ବିଜେପି କର୍ମୀ ଏହାକୁ କେରଳ ପୋଲିସ ମୁଖ୍ୟଙ୍କୁ ଦେଇଥିଲେ । ଆଜି ସକାଳେ ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଏବଂ ଗୁଇନ୍ଦା ବିଭାଗ ତଦନ୍ତ ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ 24ରେ କେରଳ ଗସ୍ତ କରିବେ । 25 ତାରିଖରେ ସେ ଏଠାରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.