ଆକ୍ସିସ ବ୍ୟାଙ୍କ FD ଉପରେ ପୁଣି ଥରେ ବଢ଼ାଇଲା ସୁଧହାର, ଏବେ ଗ୍ରାହକଙ୍କୁ ମିଳିବ ଜୋରଦାର ରିଟର୍ଣ୍ଣ

0 100

ଫଡ଼ି ଉପରେ ବଢ଼ିଲା ସୁଧ ହାର । ଆକ୍ସିସ ବ୍ୟାଙ୍କ ଆଣିଲା ବହୁତ ବଡ଼ ଖୁସି ଖବର। ମାତ୍ର ଦୁଇ ବର୍ଷ ନିବେଶ କଲା ପରେ ଆପଣ ପାଇପାରିବେ ଜୋରଦାର ରିଟର୍ଣ୍ଣ। ଆକ୍ସିସ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଦେଇଛି ବଢ଼ିଆ ଖୁସି ଖବର। ଆପଣ ବି ଯଦି ଏହି ବ୍ୟାଙ୍କ ଗ୍ରାହକ ତେବେ ନିଶ୍ଚିତ ଭାବେ ଏହି ସୁଯୋଗର ଫାଇଦା ଉଠାନ୍ତୁ। ତେବେ କଣ ରହିଛି ପୂରା ଯୋଜନା ଜାଣିିନିଅନ୍ତୁ..

ଘରୋଇ ଆକ୍ସିସ୍ ବ୍ୟାଙ୍କ ଫିକ୍ସଡ୍ ଡିପୋଜିଟ୍ ଉପରେ ସୁଧ ହାର ବୃଦ୍ଧି କରିଛି । ଆକ୍ସିସ୍ ବ୍ୟାଙ୍କ ଏବେ ସାତ ଦିନରୁ ଆରମ୍ଭ କରି ୧୦ ବର୍ଷ ପର୍ଯ୍ୟନ୍ତ ଏଫ୍‌ଡି ଉପରେ ୩.୫୦% ରୁ ବଢି ୭% ପର୍ଯ୍ୟନ୍ତ ସୁଧ ଅଫର କରୁଛି । ଏଥି ସହିତ ଦୁଇ ବର୍ଷ ରୁ ଆରମ୍ଭ କରି ୩୦ ମାସରେ ବି ମ୍ୟାଚୁରିଟି ହେଉଥିବା ଏଫଡି ଉପରେ ବ୍ୟାଙ୍କ ସର୍ବାଧିକ ୭.୨୦ % ହାରରେ ସୁଧ ପ୍ରଦାନ କରୁଛି। ଏଥିରେ ବରିଷ୍ଠ ନାଗରିକଙ୍କ ପାଇଁ ଅଧିକ ଲାଭ ରହିଛି । ୭.୯୫% ସୁଧ ହାରରେ ସେମାନେ ଏଥିରେ ନିବେଶ କରି ପାଇବେ । ଆକ୍ସିସ୍ ବ୍ୟାଙ୍କର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ ନୂଆ ଏଫଡି ଗତ କାଲି ମାନେ ୨୧ ଏପ୍ରିଲ ୨୦୨୩ ରୁ କାର୍ଯ୍ୟକାରୀ ହୋଇଛି।

ସାତ ଦିନରୁ ୪୫ ଦିନ ମଧ୍ୟରେ ଏଫଡି ମ୍ୟାଚୁରିଟି ପାଇଁ ବ୍ୟାଙ୍କ ୩.୫୦ % ସୁଧ ଦେଉଛି । ଏଥି ସହିତ ୪୬ ଦିନରୁ ୬୦ ଦିନ ମଧ୍ୟରେ ମ୍ୟାଚୁରିଟି ହେବାକୁ ଥିବା ଏଫ୍‌ଡି ଉପରେ ୪ % ସୁଧ ପ୍ରଦାନ କରୁଛି । ସେହିଭଳି ବ୍ୟାଙ୍କ ୬୧ ଦିନରୁ ତିନିମାସ ପର୍ଯ୍ୟନ୍ତ ଜମା ଉପରେ ୪.୫୦ % ହାରରେ ସୁଧ ଦେଉଛି । ଏଥି ସହିତ ବ୍ୟାଙ୍କ ତିନିମାସରୁ ଛଅ ମାସର ଏଫଡି ଉପରେ ୪.୭୫ % ହାରରେ ସୁଧ ପ୍ରଦାନ କରୁଛି। ଛଅରୁ ନଅ ମାସ ମଧ୍ୟରେ ମ୍ୟାଚୁରିଟି ସୁଧ ୫.୭୫ ପ୍ରତିଶତ ଥିବାବେଳେ ନଅ ମାସରୁ ଏକ ବର୍ଷ ମଧ୍ୟରେ ଜମା ରାଶି ଉପରେ ଛଅ ପ୍ରତିଶତ ସୁଧ ଦେଉଛି ।

ଆକ୍ସିସ୍ ବ୍ୟାଙ୍କ ୧୩ ମାସରୁ ଦୁଇ ବର୍ଷ ଏଫ୍‌ଡି ଉପରେ ୭.୧୫ % ସୁଧ ହାର ପ୍ରଦାନ ଜାରି ରଖିବ । ଦୁଇ ବର୍ଷରୁ ୩୦ ମାସ ମଧ୍ୟରେ ମ୍ୟାଚୁରିଟି ହୋଇଥିବା ଜମା ରାଶି ଉପରେ ୭.୨୦% ଏବଂ ୩୦ ମାସରୁ ୧୦ ବର୍ଷ ମଧ୍ୟରେ ମ୍ୟାଚୁରିଟି ହୋଇଥିବା ଜମା ରାଶି ଉପରେ ୭.୦୦ % ହାରରେ ସୁଧ ଦେବ ।

ଆକ୍ସିସ୍ ବ୍ୟାଙ୍କର ଫିକ୍ସଡ୍ ଡିପୋଜିଟ୍ ସ୍କିମ୍ ରେ ବିନିଯୋଗ କରିବାକୁ ହେଲେ ଆପଣଙ୍କୁ ଅତି କମରେ ୫୦୦୦ ଟଙ୍କା ଜମା କରିବାକୁ ପଡିବ । ଆପଣ ଏହାକୁ ଅନଲାଇନ ରେ ମଧ୍ୟ କରିପାରିବେ । ସାଧାରଣ ନାଗରିକଙ୍କ ପାଇଁ ଉପଲବ୍ଧ ସୁଧ ହାରଠାରୁ ବରିଷ୍ଠ ନାଗରିକମାନେ ଛଅ ରୁ ୧୦ ବର୍ଷର ମ୍ୟାଚୁରିଟି ଉପରେ ଅଧିକ ସୁଧ ପାଇବେ ।

ସୂଚନା ଅନୁସାରେ ଗତ କିଛି ମାସ ମଧ୍ୟରେ ବ୍ୟାଙ୍କଗୁଡ଼ିକ ଫିକ୍ସଡ ଡିପୋଜିଟର ସୁଧ ହାର ବୃଦ୍ଧି କରିଛନ୍ତି। ଏହି କାରଣରୁ ବ୍ୟାଙ୍କ ର ସ୍ଥିର ଜମା ରାଶି ଉପରେ ହାରାହାରି ସୁଧ ହାର ୫.୫ ପ୍ରତିଶତରୁ ୭ ପ୍ରତିଶତକୁ ବୃଦ୍ଧି ପାଇଛି।

Leave A Reply

Your email address will not be published.