ଘୋଷଣା ହେଲା ଫିଲ୍ମଫେୟାର ଆଓ୍ଵାର୍ଡ ୨୦୨୩, ଗଙ୍ଗୁବାଇ କାଠିଆଓ୍ଵାଡ଼ି ଶ୍ରେଷ୍ଠ ଚଳଚିତ୍ର

0 137

ଘୋଷଣା ହୋଇଛି ୬୮ତମ ଫିଲ୍ମଫେୟାର ଆଓ୍ଵାର୍ଡ଼ । ଗଙ୍ଗୁବାଇ କାଠିଆଓ୍ଵାଡ଼ି ଫିଲ୍ମକୁ ମିଳିଛି ଶ୍ରେଷ୍ଠ ଚଳଚିତ୍ର ପୁରସ୍କାର । ଏହାସହ ଏହି ଫିଲ୍ମରେ ଚମତ୍କାର ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଆଲିଆ ଭଟ୍ଟ ବାଜି ମାରି ନେଇଛନ୍ତି । ଗଙ୍ଗୁବାଇ କାଠିଆଓ୍ଵାଡ଼ି ଆଉ ଗୋଟିଏ ପୁରସ୍କାର ମଧ୍ୟ ଜିତିଛି ।

ଏହି ଫିଲ୍ମରେ ନିର୍ଦ୍ଦେଶନା ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ଜିତିଛନ୍ତି ସଞ୍ଜୟ ଲୀଲା ଭନସାଲୀ ।ରାଜକୁମାର ରାଓଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତା ପୁରସ୍କାର । ବଧାଇ ଦୋ ଫିଲ୍ମରେ ଚମତ୍କାର ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହୋଇଛନ୍ତି । ସେହିଭଳି ତାଙ୍କ ଅଭିନୀତ ଏହି ଫିଲ୍ମକୁ ମିଳିଛି ଶ୍ରେଷ୍ଠ କ୍ରିଟିକ୍‌ ପୁରସ୍କାର ।

ଏହାସହିତ ସଞ୍ଜୟ ମିଶ୍ର ‘ବଧ’, ଭୂମି ପେଡନେକର ‘ବଧାଇ ଦୋ’ ଓ ତବୁ ‘ଭୁଲଭୁଲେୟା-୨’ ପାଇଁ ବେଷ୍ଟ କ୍ରିଟିକ୍‌ ଆଓ୍ଵାର୍ଡ଼ ପାଇଛନ୍ତି । ବିଗତ ଦିନର ମହାନ୍‌ ଖଳନାୟକ ତଥା ଚରିତ୍ର ଅଭିନେତା ପ୍ରେମ୍‌ ଚୋପ୍ରାଙ୍କୁ ପ୍ରଦାନ କରାଯାଇଛି ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ଵାର୍ଡ଼ ।

ବ୍ରହ୍ମାସ୍ତ୍ର ଫିଲ୍ମ ପାଇଁ ପ୍ରୀତମଙ୍କୁ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ, ସେହି ଫିଲ୍ମର କେଶରିୟା ଗୀତ ପାଇଁ ଅରିଜିତ ସିଂହଙ୍କୁ ଶ୍ରେଷ୍ଠ ପୁରୁଷ ଗାୟକ, ଯୁଗ ଯୁଗ ଜିୟୋର ରଙ୍ଗିସାରି ଗୀତ ପାଇଁ କବିତା ସେଠଙ୍କୁ ଶ୍ରେଷ୍ଠ ମହିଳା ଗାୟକ ଭାବେ ପୁରସ୍କୃତ କରାଯାଇଛି । ଏହି ଉତ୍ସବକୁ ହୋଷ୍ଟ କରିଥିଲେ ସୁପରଷ୍ଟାର ସଲମାନ ଖାନ୍‌ ଓ ମନୀସ ପଲ୍‌ ।

Leave A Reply

Your email address will not be published.