ବଙ୍ଗୋପ ସାଗରରେ ସୃଷ୍ଟି ହେଉଛି ଲଘୁଚାପ କ୍ଷେତ୍ର: ହେବ କି ବାତ୍ୟା ?

0 100

ଭୁବନେଶ୍ୱର: ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ମେ’ ୫ ତାରିଖ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି । ଶନିବାର ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଶୁକ୍ରବାର ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ଦକ୍ଷିଣ ବଙ୍ଗୋପସାଗରରେ ମେ’ ୫ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବା ଅନୁଯାୟୀ, କେବେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ଯଦିଓ ତାହା ସ୍ପଷ୍ଟ ହୋଇ ନାହିଁ ତେବେ ମେ’ ୫ ତାରିଖ ବେଳକୁ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଲଘୁଚାପ ହେଲେ ଏହାର ପ୍ରଭାବ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ପଡିବ ନାହିଁ ବୋଲି ଆଇଏମଡି ଡିଜି ଶ୍ରୀ ମହାପାତ୍ର କହିଛନ୍ତି । ତେବେ ଆଣ୍ଡାମାନ ଦ୍ୱୀପରେ ଏହାର ପ୍ରଭାବ ପଡିବ ବୋଲି ସେ କହିଛନ୍ତି । ମତ୍ସ୍ୟଜୀବୀ ମାନେ ସେହି ସମୟରେ ଦକ୍ଷିଣ ବଙ୍ଗୋପସାଗରକୁ ନ ଯିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଲଘୁଚାପ କ୍ଷେତ୍ରର ସ୍ପଷ୍ଟ ଚିତ୍ର ଆସିନାହିଁ । ମେ’ ୧ ତାରିଖ ବେଳକୁ ସ୍ପଷ୍ଟ ଜଣା ପଡିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ତେବେ ବାତ୍ୟା ସମ୍ପର୍କିତ ସବିଶେଷ ତଥ୍ୟ ନ ଆସିବା ପର୍ଯ୍ୟନ୍ତ ଲୋକଙ୍କୁ ଭୟଭୀତ ନ ହେବା ପାଇଁ କହିଛନ୍ତି ଆଇଏଡି ଡିଜି । ସ୍ଥିତି ଉପରେ ଆଇଏମଡି ନଜର ରଖିଛି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ସଠିକ୍ ଭାବରେ ତଥ୍ୟ ଦିଆଯିବ ବୋଲି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

Leave A Reply

Your email address will not be published.