ରଜରେ ରାଜ୍‌ କରିବେ ଅନୁଭବ, ପରଦାକୁ ଆସିବ ବହୁ ଚର୍ଚ୍ଚିତ ଓଡ଼ିଆ ସିନେମା ‘ଲଭ୍‌ ଇନ୍‌ ଲଣ୍ଡନ’

0 145

ଟକ : ରଜରେ ରାଜ୍‌ କରିବାକୁ ସଜବାଜ ହେଉଛନ୍ତି ଓଲିଉଡ ଅଭିନେତା ଅନୁଭବ । ହଁ, ରଜରେ ଅନୁଭବଙ୍କ ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ‘ଲଭ୍‌ ଇନ୍‌ ଲଣ୍ଡନ’ ପ୍ରେକ୍ଷାଳୟକୁ ଆସିବ । ଏହାକୁ ନେଇ ଅନୁଭବଙ୍କ ପ୍ରଶଂସକ ମହଲରେ ବେଶ୍‌ ଉତ୍କଣ୍ଠା ଲାଗିରହିଛି । ଜେ.ବି. ଫିଲ୍ମସ ଓ ଆମର ଷ୍ଟୁଡିଓ ବ୍ୟାନରରେ, ନବୀନ ଭଣ୍ଡାରି ଓ ଜେ. ବର୍ଖା ପ୍ରଯୋଜିତ ଏହି ଭିନ୍ନ ଧରଣର ରୋମାଣ୍ଟିକ ଫିଲ୍ମ, ‘ଲଭ ଇନ୍‌ ଲଣ୍ଡନ’ରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ନବାଗତା ସ୍ୱପ୍ନା ପ୍ରିୟଦର୍ଶିନୀ । ଏହାର ଅନ୍ୟତମ ନାୟିକା ହେଲେ ସୌମ୍ୟା ସଚଦେବ । ଫିଲ୍ମର ନିର୍ଦେଶକ ତାପସ ସରଘରିଆ ।

ସେ ନିଜେ ଏହାର କାହାଣୀ ଲେଖିଥିବା ବେଳେ ଚିତ୍ରନାଟ୍ୟ ଲେଖିଛନ୍ତି ସୁରେଶ ପଟ୍ଟନାୟକ ଏବଂ ଅନ୍ତର୍ଯ୍ୟାମୀ ସରଘରିଆ ରଚନା କରିଛନ୍ତି ସଂଳାପ । ଗୀତର ସ୍ୱର ସଜାଇଛନ୍ତି ବୈଦ୍ୟନାଥ ଦାଶ ଓ ସାମେସ୍‌ ଶତପଥି । ଲଣ୍ଡନ ଓ ବାରିପଦାରେ ଏ ଫିଲ୍ମର ଅଧିକାଂଶ ଭାଗ ସୁଟିଂ ହୋଇଛି । ମିଡ଼ିଆ ପ୍ଲାନର୍‌ ମୁଖ୍ୟ ପ୍ରଣୟ ଜେଠୀ କହିଛନ୍ତି, ‘ଲଭ ଇନ୍‌ ଲଣ୍ଡନ’ ଓଡ଼ିଶାରେ ଏଇ ବର୍ଷର ସବୁଠାରୁ ବଡ଼ ହିଟ୍‌ ହେବ ବୋଲି ଆଶା ।

Leave A Reply

Your email address will not be published.