ରିଲିଜ୍ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ‘ଆଦିପୁରୁଷ’ର ଟ୍ରେଲର

0 126

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ’ଆଦିପୁରୁଷ’ର ଟ୍ରେଲର । ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଖୁବ୍ ଉତ୍ସୁକ ଅଛନ୍ତି ଦର୍ଶକ । ଓମ୍ ରାଉତଙ୍କ ଏହି ଫିଲ୍ମ ଆଗାମୀ ଜୁନ୍ ୧୬ରେ ରିଲିଜ୍ ହେବ । ଏହି ଫିଲ୍ମରେ ପ୍ରଭାସ ଭଗବାନ ରାମଙ୍କ ଚରିତ୍ରରେ ନଜର ଆସିବେ । ସେହପରି ସୀତାଙ୍କ ରୂପରେ ଦେଖିବାକୁ ମିଳିବେ କ୍ରିତି ସାନନ୍ । ଏହି ଫିଲ୍ମ ହିନ୍ଦୀ ସହ ଆଉ ୪ଟି ଭାଷାରେ ରିଲିଜ୍ ହେବ । ବହୁ ପ୍ରତିକ୍ଷୀତ ଏହି ଫିଲ୍ମର ପ୍ରଥମ ପୋଷ୍ଟର ଗତ ରାମ ନବମୀରେ ରିଲିଜ୍ ହୋଇଥିଲା । ସେହିପରି ଦ୍ୱିତୀୟ ପୋଷ୍ଟର ହନୁମାନ ଜୟନ୍ତୀରେ ରିଲିଜ୍ ହୋଇଥିଲା ।

Leave A Reply

Your email address will not be published.